
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ନିବାସୀ ତଥା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ଜେଜେମାଆ ମୁନୁଙ୍ଗା ହଂସ (୭୬)ଙ୍କ ଆଜି ଅପରାହ୍ନ ପ୍ରାୟ ୨.୨୦ ମିନିଟରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ । ସେ ବିଭିନ୍ନ ସମୟରେ ପରୋପକାରୀ, ମିଷ୍ଟଭାଷୀ ମହିଳା ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ଗୋଟିଏ ମାତ୍ର ପୁଅ ଡ଼ମବୁଢା ହଂସ ମୁଖାଗ୍ନି ଦେଇଥିଲେ । ଏଥିରେ ତାଙ୍କ ନାତି ଦେବେନ୍ଦ୍ର ହଂସ, ସାମ୍ବାଦିକ ହୁଲେଶ୍ୱର ହଂସ, ବାଲେଶ୍ୱର ହଂସ,ଲୋକନାଥ ହଂସ, ବୋହୂ ସପୁର ହଂସ, ନାତୁଣୀ ଲଳିତା ହଂସ, ସୁରେଖା ହଂସ, ସୁମିତ୍ରା ଚିରାଗୁନ, ସୁନିତା ହଂସ, ଝିଅ ଗଜମତି ବଚ୍ଛାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ସମ୍ପର୍କୀୟ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନମାନେ ସାମିଲ ହୋଇ ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।