jayashree

ସ୍ୱେଚ୍ଛାସେବୀ ସଂଗଠନ ସେବା ପ୍ରତିନିଧିଦଳ ପକ୍ଷରୁ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରାରେ ପଣା ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସବୁବେଳେ ସବୁ ସ୍ଥାନରେ ସମାଜସେବା କରି ପ୍ରଶଂସା ସାଉଁଟୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ପ୍ରତିନିଧିଦଳ ଛତ୍ରପୁର ଅଧିଷ୍ଠାତ୍ରୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରାରେ ପଣା ବିତରଣ କରି ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଯାତ୍ରାରେ ବିଗତ ତିନିଦିନ ଧରି ବିଭିନ୍ନପ୍ରକାର ପଣା ବାଣ୍ଟି ଆସୁଥିଲେ । ସେହି କ୍ରମରେ ଆଜି ବି ପଣା ବଣ୍ଟନ କରିବା ସହ ସଂଗଠକ ତଥା ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ମା’ ରାମଚଣ୍ଡୀ ପୂଜା କମିଟିର ସହଯୋଗରେ ପରିବେଶ ସଫେଇ ଉପରେ ବିଶେଷ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା କରି ପ୍ଲାଷ୍ଟିକ ଗ୍ଲାସ ବ୍ୟବହାର ବର୍ଜ୍ଜନ କରି ଷ୍ଟିଲ ଗ୍ଲାସରେ ଭକ୍ତମାନଙ୍କୁ ପଣା ବଣ୍ଟନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ଡଃ. ଶିବାଶିଷ ବରାଳ ଏହି ପଣା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ ସ୍ୱେଚ୍ଛାସେବୀଙ୍କର ସମାଜ ପ୍ରତି ଏଭଳି ସ୍ଵେଚ୍ଛାକୃତ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ । ସେହିପରି ସରକାରୀ ଓକିଲ ପି. ଧର୍ମା ରେଡ୍ଡୀ ସମସ୍ତଙ୍କୁ ଯଥା ସମ୍ଭବ ପରିବେଶ ପରିଷ୍କାର ରଖିବା ନିମନ୍ତେ ଅନୁରୋଧ କରିଥିଲେ । ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମନୋଜ ମିଶ୍ର, ଜୀବନ କୁମାର ମହାରଣା, ଏସ୍‌. ରବି, କରପଡ଼ା ସରପଞ୍ଚ ଅଜୟ ନାୟକ, ସୁଶାନ୍ତ ଗୌଡ଼, ମାଧବ ସାସମଲ, ମନୋରଞ୍ଜନ ବେହେରା, ତନ୍ମୟ ବେହେରା, ବି. ବୈରାଗୀ ପ୍ରମୁଖ ମା’ ରାମଚଣ୍ଡୀ ପୂଜା କମିଟିର ସଂଯୋଜକ କମଳ ପଣ୍ଡା ଓ ବରିଷ୍ଠ ପରାମର୍ଶ ଦାତା ତ୍ରିପତି ବାଲାଜି ମିଶ୍ର ପ୍ରମୁଖ ଆଜିର ଏହି ମହାନ ପ୍ଲାଷ୍ଟିକ ରହିତ ପଣା ବଣ୍ଟନ ପ୍ରୟାସକୁ ଖୁବ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.