
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆଙ୍କଶପୁର ଶୁଣ୍ଢି ସାହିରେ ପେଟ୍ରୋଲ ଢାଳି ଦୁର୍ବୃତ୍ତ ମାନେ ବାଇକ୍ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଆଙ୍କଶପୁର ଶୁଣ୍ଢି ସାହିରେ ରହୁଥିବା ସୁକାନ୍ତ ସାହୁଙ୍କ ବାଇକକୁ ପେଟ୍ରୋଲ ଢାଳି ଦୁର୍ବୃତ୍ତମାନେ ନିଆଁ ଲଗାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା କୁହାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଜାରୀ ରଖିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି ।