jayashree

ଟିଟିଲାଗଡରେ କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ସହ ଲାଇଟ ପୋଲ ଭାଙ୍ଗିଛି : ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ଯୋଗୁଁ ଟାଉନରେ ଆଠ ଦଶଟା ବିଦ୍ୟୁତ୍‌ ପୋଲ ଭାଙ୍ଗିଯାଇଛି । ସେହିପରି ୩୩ କେଭି ଗ୍ରୀଡ ବି ପ୍ରୋବଲେମ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ବହୁତ ସ୍ଥାନରେ ଗଛ ବି ପଡ଼ିଯାଇଛି । ଥାନାଧିକାରୀ ମନୋଜ କୁମାର ମୁଣ୍ଡା ଓ ଅନ୍ୟ ପୋଲିସ କର୍ମଚାରୀ ସହରରେ ପେଟ୍ରୋଲିଂ କରୁଥିବା ବେଳେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖି ନିଜେ ଓ ଅନ୍ୟ ଷ୍ଟାଫ ମିଶି ଗଛ ସଫା କରୁଥିବା ଦେଖିବାକୁ ମିଳିଥିଲା । ତେବେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ମରାମତି କରିବା ସହ ଶୀଘ୍ର ବିଦ୍ୟୁତ୍‌ ଯୋଗାଣ ପାଇଁ ଯୁଦ୍ଧ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଲାଇଟ୍ କେତେବେଳେ ଆସିବ ଲୋକ ଅପେକ୍ଷା କରି ଚାହିଁ ବସିଛନ୍ତି ।

Leave A Reply

Your email address will not be published.