
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ନବନିର୍ମିତ ବହିରଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶୁକ୍ରବାର ଶୁଭ ଉଦ୍ଘାଟନ କରିଛନ୍ତି । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ମେଡିକାଲ ଅଫିସର ସୌମ୍ୟକାନ୍ତ ମହାପାତ୍ର, ସରପଞ୍ଚ ବୈରାଗୀ ବେହେରା, ପୂର୍ବତନ ସରପଞ୍ଚ ତଥା ଗ୍ରାମ୍ୟ ଭଦ୍ରବ୍ୟକ୍ତି ବଂଶୀଧର ଗୌଡ଼, ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଭିତ୍ତିଭୂମି ନିର୍ମାଣ ସହ ସମ୍ପ୍ରସାରଣ ଏବଂ ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କୁ ଉର୍ନତ ଓ ସହଜ ଚିକିତ୍ସା ସେବା ପ୍ରଦାନରେ ସହାୟକ ହେବ ବୋଲି ସାଂସଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏଥିସହ ନୂତନ ଭିତ୍ତି ଭୂମି, ଜନ ସେବା ଓ ଲୋକଙ୍କୁ ଉର୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଭାଜପା ସରକାର ପ୍ରତିବଦ୍ଧତା ବୋଲି ବିଧାୟକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।