jayashree

ନବନିଯୁକ୍ତ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସଦସ୍ୟଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନବନିଯୁକ୍ତ ଓବିସି ମୋର୍ଚ୍ଚା ବିଜେପି ରାଷ୍ଟ୍ରୀୟ ସଦସ୍ୟ ପ୍ରଶାନ୍ତ ନାୟକଙ୍କୁ ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଶନିବାର ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଜେପି ନେତା କର୍ମୀ ନେତ୍ତୃବର୍ଗ ସଭିଁଏ ମିଳିତ ହୋଇ ରାଷ୍ଟ୍ରୀୟ ସଦସ୍ୟ ପ୍ରଶାନ୍ତ ନାୟକଙ୍କୁ ସାଧୁବାଦ ଜଣାଇ ତାହାଙ୍କ ଭୂରି ଭୂରି ପ୍ରଶଂସା କରିବା ସାଂଗକୁ ଉପଢ଼ୌକନ ଦେଇ ପୁଷ୍ପଗୁଚ୍ଛ ସହ ମାଲ୍ୟାର୍ପଣ ଦେଇ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ବ୍ରହ୍ମପୁର ସାଂସଦ ପ୍ରତିନିଧି ଦୀପ୍ତିଶ କୁମାର ପଟ୍ଟନାୟକ, ଛତ୍ରପୁର ବିଧାୟକ ପ୍ରତିନିଧି ବନଜ ନାହକ, ବିଜେପି ଜିଲ୍ଲା ସମ୍ପାଦକ ବସନ୍ତ ବେହେରା, ଛତ୍ରପୁର ମଣ୍ଡଳ ସଭାପତି ଗୌରୀ ଶଙ୍କର ନାହକ, ମଣ୍ଡଳ ସଭାପତି ସିଏଚ ଲୋକନାଥ ରେଡ୍ଡୀ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଅର୍ଜ୍ଜୁନ ବେହେରା ପ୍ରମୁଖ ଯୋଗଦେଥିଲେ । ଏହି ଅବସରରେ ନବନିଯୁକ୍ତ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସଦସ୍ୟ ପ୍ରଶାନ୍ତ ନାୟକ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ, ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଅମର ପାଲ ମୋର୍ଯ୍ୟ, ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ସରୋଜ ସାବତ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.