
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ବିନୋଦ କୁମାର ସେନାପତି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲା ପ୍ରଶାସନରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ ଯେ, ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକଙ୍କ ଅଚାନକ ବଦଳି ପରେ ଏହି ପଦବୀ ଖାଲି ପଡ଼ିଥିଲା । ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ ପ୍ରବୀଣ କୁମାର ବଣୁଆ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଦାୟିତ୍ୱ ତୁଳାଇ ଆସୁଥିଲେ । ଶ୍ରୀ ବଣୁଆ ଏଥିସହ ଡୁଡା କନ୍ଧମାଳର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରୁଛନ୍ତି । ଶ୍ରୀ ସେନାପତିଙ୍କ ନୂତନ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସାଧାରଣ ପ୍ରଶାସନିକ କାର୍ଯ୍ୟକଳାପ ଆହୁରି ସୁଦୃଢ଼ ହେବା ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଆଶା ପ୍ରକାଶ ପାଇଛି ।