mahavir

ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ

ବୌଦ୍ଧ : ବୌଦ୍ଧ ଥାନା ବାଘପାଲି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ବାଘପାଲି ଗ୍ରାମର ଦୀନବନ୍ଧୁ ମେହେର ଚୋରାରେ ଗ୍ରାମରେ ମଦ ବିକ୍ରି କରୁଥିବା ବେଳେ ଗ୍ରାମର ଭାଗିରଥୀ ଭୋଇ ଏବଂ ତାଙ୍କର ଆଉ ଜଣେ ସହଯୋଗୀ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ସୋମବାର ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାଫଳରେ ମଦ ବ୍ୟବସାୟୀ ଦୀନବନ୍ଧୁ ମେହେର ଉତକ୍ଷିପ୍ତ ହୋଇ ତାଙ୍କ ପରିବାର ସହିତ ଭାଗିରଥୀ ଭୋଇ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ବିଭିନ୍ନ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟେ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.