mahavir

ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରକଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ପୂର୍ଣ୍ଣ ନେତୃତ୍ୱରେ ଆର୍ଥିକ ସହଭାଗୀତା ଏବଂ ସୁଯୋଗର ଏକ ନୂତନ ଯୁଗକୁ ଆଗକୁ ବଢାଇ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ନାମା ସ୍ୱାକ୍ଷର କଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ
  • ଭାରତ-ନ୍ୟୁଜିଲ୍ୟାଣ୍ଡ ଏଫଟିଏ “ଗୋଟିଏ ପିଢ଼ିରେ ଥରେ’’ସୁଯୋଗ ଖୋଲିଛି, ଦ୍ୱିପାକ୍ଷିକ ସମ୍ପର୍କରେ ନୂତନ ଅଧ୍ୟାୟ ଆରମ୍ଭ କରିଛି : ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ଟଡ୍ମ୍ୟାକକ୍ଲେ
  • ବିକଶିତ ଭାରତ ୨୦୪୭ ପାଇଁ ନୂତନ ପିଢ଼ିର ବାଣିଜ୍ୟ ଚୁକ୍ତି ଶୁଳ୍କ, ପ୍ରତିଭା, ନିବେଶ ଓ କୃଷି ଉତ୍ପାଦକତାକୁ ସାମିଲକରି, ଯୁବପିଢ଼ି, କୃଷକ, ମହିଳା, କାରିଗର, ଚାଷୀ ଏବଂ ଏମଏସଏମଇକୁ ସଶକ୍ତ କରିବ
  • ରାଜିନାମାରେ ପ୍ରଥମ ଥର ପାଇଁ ମିଳିବ ୧୦୦% ଶୁଳ୍କ ମୁକ୍ତପ୍ରବେଶ, ଫାର୍ମା କ୍ଷେତ୍ରରେ ଦ୍ରୁତ ନିଷ୍ପତ୍ତି, କୃଷି ଉତ୍ପାଦକତା ସହଭାଗୀତା, ପ୍ରତିଭାଙ୍କ ଯାତାୟତ ସୁଗମ ହେବ, ଆୟୁଷ ବିଶ୍ୱସ୍ତରରେ ବ୍ୟାପ୍ତ ହେବ ଏବଂ ବୌଦ୍ଧିକ ସମ୍ପତ୍ତି ସୁଦୃଢ଼ ହେବ
  • ବୟନଶିଳ୍ପ, ଚମଡା, ଜୋତା, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ପ୍ରକ୍ରିୟାକୃତ ଖାଦ୍ୟକ୍ଷେତ୍ରର ଶ୍ରମଶକ୍ତି କୈନ୍ଦ୍ରିକ କ୍ଷେତ୍ର ପାଇଁ ଅଧିକ ବଜାର ପ୍ରବେଶ
  • କୃଷି, ମତ୍ସ୍ୟଚାଷ ଏବଂ କାରଖାନା ଗୁଡ଼ିକୁ ମିଳିବ ପ୍ରୋତ୍ସାହନ : ଭାରତର ୧୦୦% ରପ୍ତାନି ଉପରେ ଶୂନ୍ୟ-ଶୁଳ୍କ ବଜାର ପ୍ରବେଶ ଭାରତ ନ୍ୟୁଜଲ୍ୟାଣ୍ଡର ଦ୍ୱିପାକ୍ଷିକ ବାଣିଜ୍ୟର ୯୫% ସାମିଲକରି ୭୦% ଲାଇନରେ ବଜାର ପ୍ରବେଶ ପ୍ରଦାନ କରିଛି
  • କୃଷି, ଉତ୍ପାଦନ, ଭିତ୍ତିଭୂମି, ଷ୍ଟାର୍ଟ-ଅପ୍, ନବ ସୃଜନକାରୀ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ଇନ୍ଧନ ଯୋଗାଇବା ପାଇଁ ଭାରତକୁ ୨୦ ବିଲିୟନ ଡଲାର ନିବେଶର ପ୍ରତିଶ୍ରୁତି
  • କୃଷକ, ଗ୍ରାମୀଣ ଅର୍ଥନୀତି ଏବଂ ଘରୋଇ ଶିଳ୍ପକୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୁଗ୍ଧ, କଫି, କ୍ଷୀର, କ୍ରିମ୍, ପନିର, ଦହି, ଛେନା, କେସିନ୍, ପିଆଜ, ଚିନି, ମସଲା, ଖାଦ୍ୟତେଲ, ରବର ଆଦି ପ୍ରମୁଖ କୃଷି ଉତ୍ପାଦକୁ ବାଦ ଦିଆଯିବ
  • ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ସର୍ବୋତ୍ତମ ବଜାର ପ୍ରବେଶ ଏବଂ ସେବା ସୁବିଧା, ଦକ୍ଷ ପେସାଦାର, ଷ୍ଟାର୍ଟଅପ୍ଓ ସେବା-ନେତୃତ୍ୱାଧୀନ ଉଦ୍ୟୋଗ ପାଇଁ ଉଚ୍ଚ-ମୂଲ୍ୟ ସୁଯୋଗ ହେବ ଉଜାଗର, କମ୍ପ୍ୟୁଟର-ସଂକ୍ରାନ୍ତ ସେବା, ପେସାଦାର ସେବା, ଅଡିଓ ଭିଜୁଆଲ୍ସେ ବା ଦୂର ସଂଚାର ସେବା, ନିର୍ମାଣ ସେବା, ପର୍ଯ୍ୟଟନ ଓ ଯାତ୍ରା-ସମ୍ବନ୍ଧୀୟ ସେବା ସମେତ ୧୧୮ ସେବାକ୍ଷେତ୍ର ହେବ ସାମିଲ ପ୍ରାୟ ୧୩୯ ଟିଉପ -କ୍ଷେତ୍ରରେ ସର୍ବାଧିକ ପସନ୍ଦିତ ରାଷ୍ଟ୍ରର ମିଳିବ ସୁବିଧା
  • ନ୍ୟୁଜିଲ୍ୟାଣ୍ଡରେ ଅଧ୍ୟୟନ ପରବର୍ତ୍ତୀ କାର୍ଯ୍ୟ ଭିସା ଏବଂ ବୃତ୍ତିଗତ ମାର୍ଗ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଗତିଶୀଳତା ବୃଦ୍ଧିହେବ, କୌଣସି ସଂଖ୍ୟାତ୍ମକ ସୀମା ରହିବ ନାହିଁ

ଭୁବନେଶ୍ୱର, (ପିଆଇବି) : ଭାରତର ବିଶ୍ୱ ଆର୍ଥିକ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ନେତୃତ୍ୱରେ ଭାରତ ଓ ନ୍ୟୁଜିଲାଣ୍ଡ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା (ଆଇ.ଏନ୍.-ଏନ୍.ଜି.ଏଲ୍. ଏଫ୍.ଟି.ଏ.) ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ଟଡ୍ ମ୍ୟାକକ୍ଲେ ସ୍ୱାକ୍ଷର କରିଥିଲେ।
ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି । ଏହା ସହଭାଗୀ ଅଭିଳାଷ, ନିବିଡ଼ ସମ୍ପର୍କ ଏବଂ ପାରସ୍ପରିକ ଲାଭପ୍ରଦ ବିକାଶ ଲାଗି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଏହି ଅବସରରେ ନ୍ୟୁଜିଲ୍ୟାଣ୍ଡ ମନ୍ତ୍ରୀ ମ୍ୟାକକ୍ଲେ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା “ଗୋଟିଏ ପିଢ଼ିରେ ଥରେ ମିଳୁଥିବା” ଏକ ସୁଯୋଗ ବୋଲି କହିଥିଲେ। ସେ କହିଥିଲେ, ଏହା ରପ୍ତାନୀ ବୃଦ୍ଧି କରିବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବ। ସ୍ୱାକ୍ଷର ସମୟରେ ସେ ନ୍ୟୁଜିଲ୍ୟାଣ୍ଡର ବ୍ୟବସାୟୀଙ୍କ ଦୃଢ଼ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଏହି ଚୁକ୍ତି ବଜାର ପ୍ରବେଶକୁ ଉନ୍ନତ କରିବ, ବାଣିଜ୍ୟ ପ୍ରତିବନ୍ଧକକୁ ହ୍ରାସ କରିବ ଏବଂ ଏମ୍.ଏସ୍.ଏମ୍.ଇ. ଗୁଡ଼ିକୁ ସମର୍ଥନ କରିବ।
ସେ ମଧ୍ୟ ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ଏବଂ ଦୀର୍ଘକାଳୀନ ସାଂସ୍କୃତିକ ତଥା କ୍ରୀଡା ସମ୍ପର୍କ ସମେତ ଗଭୀର ଲୋକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ। ପରିବର୍ତ୍ତିତ ବିଶ୍ୱ ପରିଦୃଶ୍ୟରେ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବେ ବର୍ଣ୍ଣନା କରି ଏହି ରାଜିନାମା ସହଯୋଗକୁ ଗଭୀର କରିବ ଏବଂ ସହଭାଗୀ ସମୃଦ୍ଧି ପ୍ରଦାନ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।
କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ କହିଥିଲେ, “ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ବିକଶିତ ବିଶ୍ୱ ସହିତ ଭାରତର ସମ୍ପର୍କର ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ। ଏହା ଆମର କୃଷକ, ମହିଳା, ଯୁବକ, କାରିଗର ଏବଂ ଉଦ୍ୟୋଗୀମାନଙ୍କ ପାଇଁ ବିଶ୍ୱସ୍ତରୀୟ ଆର୍ଥିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ବିଗତ କିଛି ବର୍ଷ ମଧ୍ୟରେ ୩୮ଟି ବିକଶିତ ଦେଶ ସହିତ ଏହା ଭାରତର ନବମ ରାଜିନାମା। ଏହି ରାଜିନାମାର ମୂଳରେ ରପ୍ତାନୀ, କୃଷି ଉତ୍ପାଦକତା, ଛାତ୍ରଛାତ୍ରୀଙ୍କ ଗମନାଗମନ, ଦକ୍ଷତା, ନିବେଶ ଏବଂ ସେବା କ୍ଷେତ୍ରରେ ସଶକ୍ତିକରଣ ରହିଛି । ନ୍ୟୁଜିଲ୍ୟାଣ୍ଡରୁ ୨୦ ବିଲିୟନ ଆମେରିକୀୟ ଡଲାରର ନିବେଶ ପ୍ରତିବଦ୍ଧତା ଭାରତର ଅଭିବୃଦ୍ଧି କାହାଣୀ ଉପରେ ଦୃଢ଼ ଆତ୍ମବିଶ୍ୱାସର ସଙ୍କେତ ଦେଉଛି। ଏହା ଏମ୍.ଏସ୍.ଏମ୍.ଇ. ଗୁଡ଼ିକୁ ସୁଦୃଢ଼ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ବିଶ୍ୱ ବଜାରରେ ସମୃଦ୍ଧ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ।
ପୀୟୁଷ ଗୋୟଲ କହିଥିଲେ ଯେ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ନଅ ମାସ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଭାରତ ଏହାର ସପ୍ତମ ଏଫ୍.ଟି.ଏ. ସ୍ୱାକ୍ଷର କରୁଛି, ଯେଉଁଥିରେ ୟୁରୋପୀୟ ସଂଘ ଏବଂ ଆମେରିକା ସହିତ ରାଜିନାମା କରିବାର ଯୋଜନା ରହିଛି। ଦେଶ୩୮ଟି ଉନ୍ନତ ଅର୍ଥବ୍ୟବସ୍ଥା ସହିତ ମୋଟ ନଅଟି ଏଫ୍.ଟି.ଏ. କରିଛି ଯାହା ବିଶ୍ୱ ଜି. ଡି. ପି. ର ପ୍ରାୟ ୬୫-୭୦ ପ୍ରତିଶତ। ଏହି ରାଜିନାମା ଅଧୀନରେ ୨୦ ବିଲିୟନ ଆମେରିକୀୟ ଡଲାରର ନିବେଶ ପ୍ରବାହ ଆଶା କରାଯାଉଥିବା ସେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ନ୍ୟୁଜିଲ୍ୟାଣ୍ଡ୍ ୧୩୯ଟି କ୍ଷେତ୍ରରେ ଏମ୍.ଏଫ୍.ଏନ୍. ପ୍ରତିବଦ୍ଧତା ସହିତ ୧୧୮ଟି କ୍ଷେତ୍ରରେ ପ୍ରବେଶ ଉନ୍ମୁକ୍ତ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ଦ୍ୱିପାକ୍ଷିକ ବୈଠକର ପୂର୍ବ ସନ୍ଧ୍ୟାରେ ୧୬ ମାର୍ଚ୍ଚ ୨୦୨୫ରେ ଏହି ଆଲୋଚନା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା। ଏହି ରାଜିନାମା ଭାରତ-ପ୍ରଶାନ୍ତ ମହାସାଗରରେ ବାଣିଜ୍ୟ, ଆର୍ଥିକ ସହଯୋଗ ଓ ରଣନୀତିକ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଗଭୀର ଲୋକସମ୍ପର୍କ ଏବଂ ସକ୍ରିୟ ଗଣତନ୍ତ୍ର ମଧ୍ୟରେ ଭାଗିଦାରୀ ଉପରେ ଆଧାରିତ। ୨୦୨୪-୨୦୨୫ ଓସେନିଆ ଓ ଭାରତ ମଧ୍ୟରେ ବାଣିଜ୍ୟିକ ଦ୍ୱିପାକ୍ଷିକ ବାଣିଜ୍ୟ ପାଖାପାଖି ୨୬ ବିଲିୟନ ଆମେରିକୀୟ ଡଲାର ଥିଲା। ନ୍ୟୁଜିଲାଣ୍ଡ ହେଉଛି ଓ ସେନିଆ ଅଞ୍ଚଳରେ ଭାରତର ଦ୍ୱିତୀୟ ସର୍ବବୃହତ ବାଣିଜ୍ୟିକ ଅଂଶୀଦାର, ଯାହାର ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟ ପ୍ରାୟ ୧୩୦ କୋଟି ଆମେରିକୀୟ ଡଲାର। ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା କାର୍ଯ୍ୟକାରୀ ହେବା ସହିତ, ଦ୍ୱିପାକ୍ଷିକ ବାଣିଜ୍ୟରେ ଅଧିକ ଅଭିବୃଦ୍ଧି ହେବାର ଆଶା କରାଯାଉଛି, ଯାହା ବଜାର ପ୍ରବେଶ, ଅଧିକ ବାଣିଜ୍ୟ ସୁବିଧା ଏବଂ ଦୁଇ ଦେଶ ମଧ୍ୟରେ ଗଭୀର ଅର୍ଥନୈତିକ ସମ୍ପର୍କ ଦ୍ୱାରା ସମର୍ଥିତ।
ପାଞ୍ଚଟି ଆନୁଷ୍ଠାନିକ ପର୍ଯ୍ୟାୟ ଆଲୋଚନା ଏବଂ ଅନେକ ଆନ୍ତଃ ଅଧିବେଶନ ମାଧ୍ୟମରେ, ଉଭୟ ପକ୍ଷ ଆରମ୍ଭ ହେବାର ମାତ୍ର ନଅ ମାସ ପରେ ୨୨ ଡିସେମ୍ବର ୨୦୨୫ରେ ରାଜିନାମା ସମାପ୍ତ କରିଥିଲେ। ଏହା ଭାରତ ଦ୍ୱାରା ସମାପ୍ତ ହୋଇଥିବା ଦ୍ରୁତତମ ଏଫ୍.ଟି.ଏ. ମଧ୍ୟରୁ ଅନ୍ୟତମ । ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି ଯେ, “ଭାରତ-ନ୍ୟୁଜିଲାଣ୍ଡ ଏଫ୍.ଟି.ଏ. ଆମର ଆର୍ଥିକ ଭାଗିଦାରୀରେ ଏକ ନୂତନ ଯୁଗକୁ ଚିହ୍ନିତ କରେ, ଯାହା ବିଶ୍ୱାସ ଏବଂ ପରିପୂରକ ଶକ୍ତି ଦ୍ୱାରା ଚିହ୍ନିତ। ଏବେ ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନୀ ପାଇଁ ଭାରତର ସମାନ ସୁଯୋଗ ରହିଛି। ଏହି ଏଫ୍.ଟି.ଏ. କୃଷି ଉତ୍ପାଦକତା, ଜୈବିକ, ସେବା, ଗମନାଗମନ, ଆୟୁଷ ଓ ଔଷଧର ଉପଲବ୍ଧତା ପର୍ଯ୍ୟନ୍ତ ଏହାର ପରିସରକୁ ସମ୍ପ୍ରସାରିତ କରିଥାଏ, ଯାହା ସୁଯୋଗଗୁଡ଼ିକୁ ସର୍ବ-ସମାବେଶୀ ଏବଂ ଭବିଷ୍ୟତ-ଭିତ୍ତିକ କରିଥାଏ। ଏହି ରାଜିନାମା ଭାରତର ଶ୍ରମ-ସଘନ କ୍ଷେତ୍ରଗୁଡ଼ିକୁ ଏକ ଦୃଢ଼ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରୋତ୍ସାହନ ପ୍ରଦାନ କରିଥାଏ। ଭାରତର ରପ୍ତାନିକାରୀମାନେ ଏବେ ନ୍ୟୁଜିଲ୍ୟାଣ୍ଡ ଏବଂ ବ୍ୟାପକ ଆଞ୍ଚଳିକ ବାଣିଜ୍ୟ ବ୍ୟବସ୍ଥାରେ ଶୂନ୍ୟ-ଶୁଳ୍କ ସୁବିଧା ପାଇଛନ୍ତି। ଭାରତୀୟ ରପ୍ତାନିକାରୀମାନେ ଭାରତ-ପ୍ରଶାନ୍ତ ମହାସାଗରରେ ବ୍ୟାପକ ସ୍ତରରେ କାର୍ଯ୍ୟ କରିପାରିବେ ଏବଂ ବିବିଧତା ଆଣିପାରିବେ। ଆଜିର ଅନିଶ୍ଚିତ ବିଶ୍ୱରେ ଏହି ଚୁକ୍ତି ପୂର୍ବାନୁମାନ ପ୍ରଦାନ କରେ।”
ଲୋକଙ୍କ ସମୃଦ୍ଧି ପାଇଁ ଉତ୍ପାଦନ କ୍ଷମତା : ବିକଶିତ ଭାରତ ୨୦୪୭ ଲାଗି ଶୁଳ୍କ, ପ୍ରତିଭା, ପରିବର୍ତ୍ତନ ଉତ୍ପାଦବାଣିଜ୍ୟ କାର୍ଯ୍ୟକାରୀ ହେବା ପରେ ନ୍ୟୁଜିଲ୍ୟାଣ୍ଡ ବଜାରକୁ ଅଭୂତ ପୂର୍ବ ୧୦୦% ଶୁଳ୍କ ମୁକ୍ତ ପ୍ରବେଶ
ଏଫଟିଏ ସମସ୍ତ ଶୁଳ୍କ ରେଖାକୁ କଭର କରି ନ୍ୟୁଜିଲ୍ୟାଣ୍ଡକୁ ଭାରତର ୧୦୦% ରପ୍ତାନି ପାଇଁ ଶୁଳ୍କ ମୁକ୍ତ ପ୍ରବେଶ ପ୍ରଦାନ କରେ । ଏହା ବୟନ, ପୋଷାକ, ଚମଡା, ଜୋତା, ରତ୍ନ ଏବଂ ଅଳଙ୍କାର, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ପ୍ରକ୍ରିୟା କୃତ ଖାଦ୍ୟ ଭଳି ଶ୍ରମ-ସଘନ କ୍ଷେତ୍ର ଗୁଡ଼ିକରେ ପ୍ରତିଯୋଗିତା ମୂଳକତା ବୃଦ୍ଧିକରି ଏମଏସଏମଇ ଓ ନିଯୁକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।
ପୂର୍ବରୁ, ନ୍ୟୁଜିଲ୍ୟାଣ୍ଡ ସେ ରାମିକ୍ସ, କାର୍ପେଟ୍, ଅଟୋ ମୋବାଇଲ ଏବଂ ଅଟୋ ଉପାଦାନ ସମେତ ପ୍ରମୁଖ ଭାରତୀୟ ରପ୍ତାନି ଉପରେ ୧୦% ପର୍ଯ୍ୟନ୍ତ ସର୍ବାଧିକ ଶୁଳ୍କ ବଜାୟ ରଖିଥିଲା।
ନ୍ୟୁଜିଲ୍ୟାଣ୍ଡର ଅନ୍ୟ ବାଣିଜ୍ୟିକ ଅଂଶୀଦାର ଭାବରେ କାର୍ଯ୍ୟକାରୀ ହେବାପରେ ଶୂନ୍ୟ ଶୁଳ୍କ ବଜାର ପ୍ରବେଶ ସହିତ, ଭାରତୀୟ ଉତ୍ପାଦ ଗୁଡ଼ିକ ନ୍ୟୁଜିଲ୍ୟାଣ୍ଡରେ ଏକ ସମାନ ଖେଳ କ୍ଷେତ୍ର ଉପଭୋଗ କରି ସମଗ୍ର ଭାରତରେ ଶ୍ରମିକ, କାରିଗର, ମହିଳା ଉଦ୍ୟୋଗୀ, ଯୁବପିଢ଼ି ଏବଂ ଏମଏସଏମଇଗୁଡ଼ିକୁ ସିଧାସଳଖ ସମର୍ଥନ କରିବ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ଏହାର ଉତ୍ପାଦନ କ୍ଷେତ୍ର ପାଇଁ ଶୁଳ୍କ ମୁକ୍ତ ଇନପୁଟ୍ସୁ ରକ୍ଷିତ କରେ, ଯେଉଁଥିରେ କାଠ କାଠ, କୋକିଂ କୋଇଲା ଓ ଧାତୁର ଅପଚୟ ଏବଂ ସ୍କ୍ରାପ୍ଅନ୍ତର୍ଭୁକ୍ତ, ଉତ୍ପାଦନ ଖର୍ଚ୍ଚ ହ୍ରାସକରେ ଏବଂ ଭାରତୀୟ ଶିଳ୍ପର ବିଶ୍ୱପ୍ରତିଯୋଗିତାକୁ ବୃଦ୍ଧିକରେ।
ସଠିକ ବଜାର ପ୍ରବେଶ ଏବଂ ସମ୍ବେଦନ ଶୀଳ କ୍ଷେତ୍ର ଗୁଡ଼ିକ ସୁରକ୍ଷିତ
ଭାରତ ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟର ୯୫% କଭର କରୁଥିବା ୭୦.୦୩% ଶୁଳ୍କ ସୀମା ଉପରେ ଉଦାରୀକରଣ ପ୍ରଦାନ କରିଛି । ଅନ୍ୟପଟେ ଭାରତର ସମ୍ବେଦନ ଶୀଳ କ୍ଷେତ୍ର ଗୁଡ଼ିକୁ ସୁରକ୍ଷା ଦେବାପାଇଁ ୨୯.୯୭% ଶୁଳ୍କ ରେଖାକୁ ବାଦଦେଇ ରଖିଛି।
ବାଦ ଦିଆଯାଇଥିବା ଉତ୍ପାଦ ଗୁଡ଼ିକ ହେଉଛି ମୁଖ୍ୟତଃ – ଦୁଗ୍ଧ (ଦୁଗ୍ଧ, କ୍ରିମ୍, ଘିଅ, ଦହି, ପନିର ଇତ୍ୟାଦି), ପ୍ରାଣୀଉତ୍ପାଦ (ମେଣ୍ଢା ମାଂସ ବ୍ୟତୀତ), କୃଷି ଉତ୍ପାଦ (ପିଆଜ, ଚଣା, ମଟର, ମକା, ବାଦାମଇତ୍ୟାଦି), ଚିନି, କୃତ୍ରିମ ମହୁ, ପ୍ରାଣୀ, ପନିପରିବା କିମ୍ବା ମାଇକ୍ରୋବାୟଲ ଚର୍ବି ଏବଂ ତେଲ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ, ମଣି ଓ ଅଳଙ୍କାର, ତମ୍ବା ଓ ଏହାର ସାମଗ୍ରୀ (କ୍ୟାଥୋଡ୍, କାର୍ଟ୍ରିଜ୍, ରଡ୍, ବାର୍, କଏଲଇତ୍ୟାଦି), ଆଲୁମିନିୟମ ଓ ଏହାର ସାମଗ୍ରୀ (ଇଙ୍ଗଟ୍, ବିଲେଟ୍, ତାରବାର୍)। ୩୦% ଶୁଳ୍କ ସୀମାରେ ତୁରନ୍ତ ଶୁଳ୍କ ଉଚ୍ଛେଦ ହେବ, ଯାହାକାଠ, ପଶମ, ମେଣ୍ଢାମାଂସ, ଚମଡା-କଞ୍ଚା ଚମଡା ଇତ୍ୟାଦିକୁ ସାମିଲ କରିବ ।୩୫.୬୦% ଶୁଳ୍କ୩, ୫, ୭, ଏବଂ ୧୦ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ଉଚ୍ଛେଦ କରାଯିବ, ଯେଉଁଥିରେ ପେଟ୍ରୋଲିୟ ମ୍ତେଲ, ମାଲ୍ଟ ନିଷ୍କାସନ, ଉଦ୍ଭିଦ ତେଲ ଏବଂ ମନୋନିତ ବୈଦ୍ୟୁତିକ ଓ ଯାନ୍ତ୍ରିକ ଯନ୍ତ୍ରପାତି, ପେପ୍ଟୋନ ଇତ୍ୟାଦି ଅନ୍ତର୍ଭୁକ୍ତ।୪.୩୭% ଉତ୍ପାଦ ଶୁଳ୍କ ହ୍ରାସର ସମ୍ମୁଖୀନ ହୁଏ, ଯେପରିକି ମଦ, ଔଷଧ, ପଲିମର, ଆଲୁମିନିୟମ, ଲୁହା ଏବଂ ଇସ୍ପାତ ସାମଗ୍ରୀ ଇତ୍ୟାଦି।
୦.୦୬% ଟାରିଫ୍ହାର କୋଟା ଅଧୀନରେ ଆସେ, ଯେଉଁଥିରେ ମାନୁ କାମହୁ, ସେଓ, କିୱିଫଳ ଏବଂ କ୍ଷୀର ଆଲବୁମିନ୍ସ ମେତ ଆଲବୁମିନ ଅନ୍ତର୍ଭୁକ୍ତ।
କୃଷି ଉତ୍ପାଦନ ସହ ଭାଗୀତା, କୃଷକଙ୍କ ଆୟ ଏବଂ ଗ୍ରାମୀଣ ଅର୍ଥନୀତିକୁ ଆଗକୁ ବଢାଇବା
ଏହି ସହଭାଗୀତାରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା, ଉନ୍ନତ ରୋପଣ ସାମଗ୍ରୀ, ଚାଷୀମାନଙ୍କ ପାଇଁ କ୍ଷମତା ନିର୍ମାଣ, ସହଯୋଗ ପୂର୍ଣ୍ଣ ଗବେଷଣା ଓ ବଗିଚା ପରିଚାଳନା, ଅମଳ ପରବର୍ତ୍ତୀ ଅଭ୍ୟାସ, ଯୋଗାଣ ଶୃଙ୍ଖଳ କାର୍ଯ୍ୟଦକ୍ଷତା ଏବଂ ଖାଦ୍ୟ ସୁରକ୍ଷା ପାଇଁ ବୈଷୟିକ ସହାୟତା ଅନ୍ତର୍ଭୁକ୍ତ ।ସେଓ ଚାଷୀମାନଙ୍କ ପାଇଁ ପ୍ରକଳ୍ପ ଏବଂ ସ୍ଥାୟୀ ମହୁମାଛି ପାଳନ ଅଭ୍ୟାସ ଉତ୍ପାଦନ ଏବଂ ଗୁଣାତ୍ମକ ମାନକୁ ବୃଦ୍ଧି କରିବ।
ନ୍ୟୁଜିଲାଣ୍ଡରୁ ଚୟନିତ କୃଷି ଉତ୍ପାଦ (ସେଓ, କିୱି ଫଳ ଓମାନୁକାମହୁ) ଏବଂ ଆଲବୁମିନ ପାଇଁ ବଜାର ପ୍ରବେଶ ସର୍ବନିମ୍ନ ଆମଦାନୀ ମୂଲ୍ୟ ଏବଂ ଅନ୍ୟାନ୍ୟ ସୁରକ୍ଷା ସହିତ ଏକ ଶୁଳ୍କହାର କୋଟା ସିଷ୍ଟମ ମାଧ୍ୟମରେ ପରିଚାଳିତ ହେବ, ଯାହା ଘରୋଇ ଚାଷୀମାନଙ୍କୁ ସୁରକ୍ଷା ଦେବା ସହିତ ଗୁଣାତ୍ମକ ଆମଦାନୀ ଏବଂ ଗ୍ରାହକ ପସନ୍ଦକୁ ସୁନିଶ୍ଚିତ କରିବ।
ସେଓ, କିୱି ଫ୍ରୁଟ୍ଏବଂ ମାନୁକା ପାଇଁ ସମସ୍ତ ଶୁଳ୍କହାର କୋଟା କୃଷି ଉତ୍ପାଦନ କାର୍ଯ୍ୟ ଯୋଜନାର ବିତରଣ ସହିତ ଯୋଡାଯାଇଥାଏ ଏବଂ ଏକ ମିଳିତ କୃଷି ଉତ୍ପାଦନ ପରିଷଦ (ଜେଏପିସି) ଦ୍ୱାରା ତଦାରଖ କରାଯାଏ, ସମ୍ବେଦନଶୀଳ ଘରୋଇ କୃଷିକ୍ଷେତ୍ରର ସୁରକ୍ଷା ସହିତ ବଜାର ପ୍ରବେଶକୁ ସନ୍ତୁଳିତ କରିଥାଏ।
ମାନୁକାମହୁ: ବର୍ତ୍ତମାନ ପ୍ରଯୁଜ୍ୟ ଶୁଳ୍କ: ୬୬%; ନ୍ୟୁଜିଲାଣ୍ଡରୁ ବର୍ତ୍ତମାନ ଆମଦାନି: ୧୪.୨ଏମଟି (୦.୩ମିଲିୟନ ଆମେରିକୀୟ ଡଲାର) ଏବଂ ବିଶ୍ୱରୁ : ୩୫୬.୮ଏମଟି (୧.୯ମିଲିୟନ ଆମେରିକୀୟ ଡଲାର); କୋଟାରେଟିଆରକ୍ୟୁ : ପ୍ରତିବର୍ଷ ୨୦୦ ଏମଟିଏମଆଇପି ସହିତ ୫ ବର୍ଷ ମଧ୍ୟରେ ୨୦ ଡଲାର/କିଗ୍ରା ଏବଂ ୭୫% ଟାରିଫ୍ହ୍ରାସ; କୋଟାବାହାରେ : ୫ବର୍ଷ ମଧ୍ୟରେ ୭୫% ଟାରିଫ୍ହ୍ରାସ ସହିତ ୩୦ ଡଲାର/କିଗ୍ରା ଏମଆଇପି । ଶୁଳ୍କ ୫୬.୧% (ବର୍ଷ୧); ୪୬.୨% (ବର୍ଷ୨), ୩୬.୩% (ବର୍ଷ୩), ୨୬.୪% (ବର୍ଷ୪), ୧୬.୫% (ବର୍ଷ୫ପରବର୍ତ୍ତୀ) ହେବ।
ସେଓ: ବର୍ତ୍ତମାନ ପ୍ରଯୁଜ୍ୟ ଶୁଳ୍କ : ୫୦%; ନ୍ୟୁଜିଲାଣ୍ଡରୁ ବର୍ତ୍ତମାନ ଆମଦାନି : ୩୧,୩୯୨.୬ ଏମଟି (୩୨.୪ ମିଲିୟନ ଆମେରିକୀୟ ଡଲାର) ଏବଂ ବିଶ୍ୱରୁ : ୫୧୯,୬୫୧.୮ଏମଟି (୪୨୪.୬ ମିଲିୟନ ଆମେରିକୀୟ ଡଲାର); କୋଟାରେ ଥିବା ଟିଆରକ୍ୟୁ : ୩୨,୫୦୦ଏମଟି (Y୧) ୨୫% ଶୁଳ୍କରେ ୪୫,୦୦୦ ଏମଟି (ଓ୍ବାଇ୬) କୁ ବୃଦ୍ଧିପାଇଛି, ଏମ ଆଇପି୧.୨୫ ଡଲାର/କିଗ୍ରା ସହିତ (ମୌସୁମୀ ସମୟ ସୀମା: ୧ଏପ୍ରିଲ୍ – ୩୧ ଅଗଷ୍ଟ); କୋଟା ବାହାରେ ଥିବା : ପ୍ରଯୁଜ୍ୟ ପ୍ରଚଳିତ ଶୁଳ୍କ।
କିୱିଫଳ : ବର୍ତ୍ତମାନ ପ୍ରଯୁଜ୍ୟ ଶୁଳ୍କ : ୩୩%; ନ୍ୟୁଜିଲ୍ୟାଣ୍ଡରୁ ବର୍ତ୍ତମାନ ଆମଦାନୀ : ୫,୮୪୦ଏମଟି (୧୬.୯ନିୟୁତ ଡଲାର) ଏବଂ ବିଶ୍ୱରୁ : ୪୯,୧୬୭ ଏମଟି (୬୧.୪ନିୟୁତ ଡଲାର); କୋଟା ଭିତରେଥିବା ଟିଆରକ୍ୟୁ: ୬,୨୫୦ଏମଟି (ଓ୍ବାଇ ୧) ୦% ଶୁଳ୍କରେ୧୫,୦୦୦ଏମଟି (ଓ୍ବାଇ ୬)କୁ ବୃଦ୍ଧି ପାଇଛି, ଏମଆଇପି୧.୮୦ ଡଲାର/କେଜିସହିତ (ମୌସୁମୀ ସମୟ ସୀମା : ୧ଏପ୍ରିଲ୍ – ୧୫ ଅକ୍ଟୋବର); କୋଟା ବାହାରେ ଥିବା : ୫୦% ଏମଓପି୨.୫୦ ଡଲାର/କିଗ୍ରା ଏମଆଇପି ସହିତ।
କ୍ଷୀର ଆଲବୁମିନ ସମେତ ଆଲବୁମିନ : ବର୍ତ୍ତମାନ ପ୍ରଯୁଜ୍ୟ ଶୁଳ୍କ : ୨୨%; ନ୍ୟୁଜିଲ୍ୟାଣ୍ଡରୁ ବର୍ତ୍ତମାନ ଆମଦାନୀ : ୩,୪୨୯.୭ ଏମଟି (୨୮.୯ନିୟୁତ ଡଲାର) ଏବଂ ବିଶ୍ୱରୁ : ୧୮,୮୦୧.୪ଏମଟି (୧୭୫.୩ନିୟୁତ ଡଲାର); କୋଟାରେଟିଆରକ୍ୟୁ: ୧,୦୦୦ଏମଟି (ଓ୍ବାଇ ୧) ୧୧% ଶୁଳ୍କରେ ୩,୦୦୦ ଏମଟି (ଓ୍ବାଇ ୫) କୁ ବୃଦ୍ଧି ପାଇଛି ; କୋଟା ବାହାରେ : ପ୍ରଯୁଜ୍ୟଶୁଳ୍କ।
ସେବା: ନ୍ୟୁଜିଲାଣ୍ଡ ଦ୍ୱାରା ସର୍ବୋତ୍ତମ ସୁବିଧା ଦେଶର ଯୁବ, ମହିଳା ଏବଂ ପେସାଦାର ମାନଙ୍କୁ ସଶକ୍ତ କରିଥାଏ

  • କମ୍ପୁଟର ସମ୍ବନ୍ଧୀୟ ସେବା, ବୃତ୍ତିଗତ ସେବା, ଅଡିଓ ଭିଜୁ ଆଲ୍ସେବା, ଅନ୍ୟାନ୍ୟ ବ୍ୟବସାୟିକ ସେବା, ଦୂର ସଂଚାର ସେବା, ନିର୍ମାଣ ସେବା, ବଣ୍ଟନ ସେବା, ଶିକ୍ଷାସେବା, ପରିବେଶଗତ ସେବା, ଆର୍ଥିକ ସେବା, ପର୍ଯ୍ୟଟନ ଏବଂ ଯାତ୍ରା ସମ୍ବନ୍ଧୀୟ ସେବା ଇତ୍ୟାଦି ସମେତ ଭାରତର ଆଗ୍ରହର ପ୍ରମୁଖ କ୍ଷେତ୍ର ଗୁଡ଼ିକୁ ଅନ୍ତର୍ଭୁକ୍ତ କରି ପ୍ରାୟ୧୧୮ ସେବା କ୍ଷେତ୍ରରେ ନ୍ୟୁଜିଲାଣ୍ଡରେ ଭାରତକୁ ବଜାର ପ୍ରବେଶ ପ୍ରତିବଦ୍ଧତା।
  • ପ୍ରାୟ୧୩୯ଉପ-କ୍ଷେତ୍ରରେ ସର୍ବାଧିକ ପସନ୍ଦିତ ରାଷ୍ଟ୍ର ପ୍ରତିବଦ୍ଧତା ଯାହା ଭାରତର ପ୍ରମୁଖ ଆଗ୍ରହ କ୍ଷେତ୍ର ଗୁଡ଼ିକୁ ଅନ୍ତର୍ଭୁକ୍ତ କରେ
    ଦକ୍ଷ ନିଯୁକ୍ତି ପଥ ଏବଂ ବିଶ୍ୱ ଅଭିଜ୍ଞତା ଖୋଲିବା :
  • ଏ ଫଟିଏ ଦକ୍ଷ ବୃତ୍ତିରେ ଭାରତୀୟ ପେସାଦାର ମାନଙ୍କ ପାଇଁ ଏକ ନୂତନ ଅସ୍ଥାୟୀ ନିଯୁକ୍ତି ପ୍ରବେଶ (ଟିଇଇ) ଭିସାପଥ ସ୍ଥାପନ କରେ, ଯେ କୌଣସି ସମୟରେ ୫,୦୦୦ ଭିସାକୋଟା ଏବଂ ତିନିବର୍ଷ ପର୍ଯ୍ୟନ୍ତ ରହଣି ସମୟ ସହିତ।
  • ଏହି ପଥ ଭାରତୀୟ ବୃତ୍ତି ଯେପରି କି ଆୟୁଷ ଅଭ୍ୟାସ କାରୀ, ଯୋଗ ପ୍ରଶିକ୍ଷକ, ଭାରତୀୟ ରୋଷେୟା ଓ ସଙ୍ଗୀତ ଶିକ୍ଷକ ଏବଂ ଆଇଟି, ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ନିର୍ମାଣ ସମେତ ଉଚ୍ଚ-ଚାହିଦା କ୍ଷେତ୍ର ଗୁଡ଼ିକୁ ସାମିଲ କରେ, ଦକ୍ଷ କର୍ମଶକ୍ତି ଗତିଶୀଳତା ଏବଂ ସେବା ବାଣିଜ୍ୟକୁ ସୁଦୃଢ଼ କରେ।
    ଭାରତୀୟ ପେସାଦାର, ଛାତ୍ର ଏବଂ ଯୁବ ପିଢ଼ିଙ୍କ ପାଇଁ ବର୍ଦ୍ଧିତ ଗତିଶୀଳତା ମାର୍ଗ
  • ପ୍ରଥମ ଥର ପାଇଁ, ନ୍ୟୁଜିଲ୍ୟାଣ୍ଡ ଭାରତ ସହିତ ଛାତ୍ର ଗତିଶୀଳତା ଓ ଅଧ୍ୟୟନ ପରବର୍ତ୍ତୀ କାର୍ଯ୍ୟ ଭିସା ପାଇଁ ଏକ ସମର୍ପିତ ମାର୍ଗ ସୃଷ୍ଟି କରିଛି ।ଏହି ଚୁକ୍ତି ନାମା ଭାରତୀୟ ଛାତ୍ର ମାନଙ୍କ ଉପରେ ସଂଖ୍ୟାଗତ ସୀମା ହଟାଇ ଦେଇଛି, ଅଧ୍ୟୟନ ସମୟରେ ପ୍ରତି ସପ୍ତାହରେ ସର୍ବନିମ୍ନ ୨୦ ଘଣ୍ଟା କାମର ଗ୍ୟାରେଣ୍ଟି ଦେଇଛି ଏବଂ ଷ୍ଟେମ ସ୍ନାତକ ଏବଂ ସ୍ନାତକୋତ୍ତରଙ୍କ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଏବଂ ଡକ୍ଟରେଟ୍ଧାରକଙ୍କ ପାଇଁ ଚାରିବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ଅଧ୍ୟୟନ ପରବର୍ତ୍ତୀ କାର୍ଯ୍ୟ ସୁଯୋଗ ପ୍ରଦାନ କରିଛି – ଦକ୍ଷତା ବିକାଶ ଏବଂ ବିଶ୍ୱ କ୍ୟାରିଅର ପାଇଁ ସ୍ପଷ୍ଟ ମାର୍ଗ ସୃଷ୍ଟି କରୁଛି ।
  • ଏହି ଚୁକ୍ତିନାମା ବାର୍ଷିକ ୧ ହଜାର ଯୁବଭାରତୀୟଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଛୁଟି ଦିନ ଭିସା ମାଧ୍ୟମରେ ଯୁବ ଗତିଶୀଳତାକୁ ଆହୁରି ବୃଦ୍ଧିକରେ, ଯାହା ୧୨ ମାସ ପାଇଁ ବୈଧ, ବିଶ୍ୱସ୍ତରୀୟ ଏକ୍ସ ପୋଜର, ଦକ୍ଷତା ଅଧିଗ୍ରହଣ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରେ ।
    ନିବେଶ: ଆମର ଉଦ୍ଭାବକ, ଶିଳ୍ପ ଏବଂ ଷ୍ଟାର୍ଟଅପ୍ଇକୋସିଷ୍ଟମ ପାଇଁ ୨୦ ବିଲିୟନ ଡଲାର ପ୍ରତିବଦ୍ଧତା
  • ଏଫଟିଏରେ ଭାରତରେ ୨୦ ବିଲିୟନ ଡଲାର ନିବେଶକୁ ସହଜ କରିବା, ଦୀର୍ଘ କାଳୀନ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏବଂ ମେକ୍ଇନ୍ଇଣ୍ଡିଆ ଦୃଷ୍ଟି କୋଣ ଅଧୀନରେ ଭାରତର ଅଭିବୃଦ୍ଧି ଓ ବିକାଶ ଉଦ୍ଦେଶ୍ୟକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧତା ଅନ୍ତର୍ଭୁକ୍ତ ।
  • ନିବେଶ, ଗବେଷଣା ଓ ନବସୃଜନ, ପ୍ରଯୁକ୍ତି ପ୍ରବାହ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ରଣନୀତି, ବିଶେଷ କରି ଅକ୍ଷୟ ଶକ୍ତି, ଡିଜିଟାଲ୍ସେବା ଏବଂ ଆଧୁନିକ ଭିତ୍ତି ଭୂମିରେ, ସମ୍ପୂର୍ଣ୍ଣ ଭାବରେ କଭର କରାଯାଇଛି।
  • ନିବେଶ ପ୍ରଦାନରେ ଯେକୌଣସି ଅଭାବକୁ ଦୂର କରିବା ପାଇଁ ଏକ ଢାଞ୍ଚା ପ୍ରଦାନ କରିବା ଲାଗି ଏକ ପୁନଃ ସନ୍ତୁଳନ ଧାରା ଚୁକ୍ତି ନାମାରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଦ୍ଵାରା ଦୃଢ଼ ଏବଂ ସ୍ପଷ୍ଟ ଆର୍ଥିକ ଫଳାଫଳ ସୁନିଶ୍ଚିତ ହେବ।
    ଔଷଧ ଏବଂ ଚିକିତ୍ସା ଉପକରଣ ପାଇଁ ଦ୍ରୁତ ଗତିରେ ଏକ ବିକଶିତ ବଜାର ପ୍ରବେଶ : ପ୍ରମୁଖ ସଫଳତା
  • ଏହି ଏଫଟିଏ ତୁଳନାତ୍ମକ ନିୟାମକ ମାନଙ୍କ ଠାରୁ ଜିଏମପି ଏବଂ ଜିସିପି ଯାଞ୍ଚ ରିପୋର୍ଟ ଗ୍ରହଣକୁ ସକ୍ଷମ କରି ଔଷଧ ଏବଂ ଚିକିତ୍ସା ଉପକରଣ ପାଇଁ ପ୍ରବେଶକୁ ସୁଗମ କରିଥାଏ, ଯେଉଁଥିରେ ୟୁଏସ ଏଫଡିଏ, ଇଏମଏ, ବ୍ରିଟେନ ଏମଏଚଆରଏ, ହେଲଥ୍ କାନାଡା ଏବଂ ଅନ୍ୟାନ୍ୟ ତୁଳନାତ୍ମକ ନିୟାମକ ମାନଙ୍କ ଦ୍ୱାରା ଅନୁମୋଦନ ଅନ୍ତର୍ଭୁକ୍ତ।
  • ଏଗୁଡ଼ିକ ପୁନରାବୃତ୍ତି ଯାଞ୍ଚ ହ୍ରାସ କରିବ, ଅନୁପାଳନ ଖର୍ଚ୍ଚ କମାଇବ ଏବଂ ଉତ୍ପାଦ ଅନୁମୋଦନକୁ ତ୍ୱରାନ୍ୱିତ କରିବ, ଯାହାଦ୍ଵାରା ସୁଗମ ବଜାର ପ୍ରବେଶ ସହଜ ହେବ ।ନ୍ୟୁଜିଲ୍ୟାଣ୍ଡକୁ ଭାରତର ଔଷଧ ଏବଂ ଚିକିତ୍ସା ଉପକରଣ ରପ୍ତାନିର ଅଭିବୃଦ୍ଧିକୁ ସମର୍ଥନ କରିବ।
    ବୌଦ୍ଧିକ ସମ୍ପତ୍ତି ଅଧିକାର
  • ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନର ଜିଆଇ ଆଇନ କେବଳ ଭାରତର ମଦ ଏବଂ ସ୍ପିରିଟକୁ ପଞ୍ଜିକୃତ କରିବାକୁ ଅନୁମତି ଦିଏ।
  • ବୌଦ୍ଧିକ ସମ୍ପତ୍ତି ଉପରେ, ନ୍ୟୁଜିଲ୍ୟାଣ୍ଡ ଚୁକ୍ତି ନାମା କାର୍ଯ୍ୟକାରୀ ହେବାର ୧୮ ମାସ ମଧ୍ୟରେ ଏହାର ଘରୋଇ ଭୌଗୋଳିକ ସୂଚକ ଆଇନରେ ସଂଶୋଧନ କରିବାକୁ ପ୍ରତିବଦ୍ଧ ହୋଇଛି, ଯାହାଦ୍ୱାରା ଭାରତର ମଦ, ସ୍ପିରିଟ୍ଏବଂ ‘ଅନ୍ୟାନ୍ୟ ସାମଗ୍ରୀ’ର ପଞ୍ଜୀକରଣ ସମ୍ଭବ ହେବ, ଯାହା ପୂର୍ବରୁ ୟୁରୋପୀୟ ସଂଘକୁ ଦିଆଯାଇଥିବା ସମାନ ବ୍ୟବହାର ଭାରତକୁ ମଧ୍ୟ ମିଳିବ ।
  • ଏହା ନ୍ୟୁଜିଲ୍ୟାଣ୍ଡ ବଜାରରେ ପ୍ରତିଷ୍ଠିତ ଭାରତୀୟ ଜିଆଇ ଗୁଡ଼ିକର ଆନୁଷ୍ଠାନିକ ସୁରକ୍ଷା ପାଇଁ ଦ୍ୱାର ଖୋଲିଥାଏ।
    ଏମଏସଏମଇ, ମହିଳା ଉଦ୍ୟୋଗୀ, ଇନକ୍ୟୁବେଟର ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳା ସମନ୍ୱୟକୁ ବୃଦ୍ଧି କରିବା
  • ଏହି ଚୁକ୍ତିନାମାକୁ ଅନ୍ତର୍ଭୁକ୍ତି ମୂଳକ ଏବଂ ଭବିଷ୍ୟତ- ଦୃଷ୍ଟିରୁ ପ୍ରସ୍ତୁତ କରାଯାଇଛି, ଏବଂ ଶ୍ରମ-ସଘନ କ୍ଷେତ୍ର ଗୁଡ଼ିକରେ ପ୍ରତିଯୋଗିତା ବୃଦ୍ଧି କରି ଏମଏସଏମଇ ଏବଂ ନିଯୁକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧିକରିବ ବୋଲି ଆଶା କରାଯାଉଛି।
  • ବାଣିଜ୍ୟ ପ୍ରତିବନ୍ଧକ ହ୍ରାସ ଏବଂ ନିୟାମକ ନିଶ୍ଚିତତା ବୟନ ଶିଳ୍ପ, ପୋଷାକ, ଇଞ୍ଜିନିୟରିଂ ସାମଗ୍ରୀ, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟା କରଣ ଏବଂ ଇଲେକ୍ଟ୍ରୋନିକ୍ସରେ ଏମଏସଏମଇ ପାଇଁ ଭାରତୀୟ ଉତ୍ପାଦନ ଏବଂ ବିଶ୍ୱମୂଲ୍ୟ ଶୃଙ୍ଖଳା ସମନ୍ୱୟକୁ ସୁଦୃଢ଼ କରିବ।
  • ଏମଏସଏମଇ ପାଇଁ ସଂରଚିତ ସହଯୋଗରେ ବାଣିଜ୍ୟ-ସମ୍ବନ୍ଧୀୟ ସୂଚନାର ଉନ୍ନତ ପ୍ରବେଶ, ରପ୍ତାନି ପ୍ରସ୍ତୁତି କାର୍ଯ୍ୟକ୍ରମ ଏବଂ ନ୍ୟୁଜିଲ୍ୟାଣ୍ଡର ଏସଏମଇ ଇକୋସିଷ୍ଟମ ସହିତ ସଂଯୋଗ ଅନ୍ତର୍ଭୁକ୍ତ, ଯେଉଁଥିରେ ମହିଳା ଏବଂ ଯୁବ ପିଢ଼ିଙ୍କ ମାଲିକାନାରେ ଥିବାଷ୍ଟାର୍ଟ-ଅପ୍ଏବଂ ଉଦ୍ୟୋଗ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
  • ଚାଷୀ, ଏମଏସଏମଇ, ଷ୍ଟାର୍ଟଅପ୍, ଛାତ୍ର ଏବଂ ପେସାଦାରମାନେ ବିଶ୍ୱମୂଲ୍ୟ ଶୃଙ୍ଖଳାରେ ଉନ୍ନତ ପ୍ରବେଶ, ବାଣିଜ୍ୟ ପ୍ରତିବନ୍ଧକ ହ୍ରାସ ଏବଂ ଅଭିବୃଦ୍ଧି ଏବଂ ନବସୃଜନ ପାଇଁ ବର୍ଦ୍ଧିତ ସୁଯୋଗରୁ ଲାଭପାଇବାର ଆଶା କରାଯାଉଛି।
    ଉତ୍ସର ନିୟମ : ଏକ ସନ୍ତୁଳିତ ଏବଂ ଦୃଢ଼ ଢାଞ୍ଚା
  • ଏହି ଚୁକ୍ତିନାମା ଉତ୍ପାଦ ନିର୍ଦ୍ଦିଷ୍ଟ ଉତ୍ସ ନିୟମର ଏକ ସନ୍ତୁଳିତ ଏବଂ ଦୃଢ଼ ଢାଞ୍ଚା ପ୍ରଦାନ କରେ ଯାହା ଉଭୟ ପକ୍ଷଙ୍କ କ୍ଷେତ୍ର ମଧ୍ୟରେ ଯଥେଷ୍ଟ ପରିବର୍ତ୍ତନ ସୁନିଶ୍ଚିତ କରେ। ଅନ୍ୟପଟେ ପ୍ରମୁଖ କ୍ଷେତ୍ର ଗୁଡ଼ିକର ବିଦ୍ୟମାନ ଯୋଗାଣ ଶୃଙ୍ଖଳ ସହିତ ସମନ୍ୱିତ ରହିଥାଏ।
    -ଏହି ନିୟମ ଗୁଡ଼ିକ ଅଣ-ଯୋଗ୍ୟତା ଏବଂ ସର୍ବନିମ୍ନ କାର୍ଯ୍ୟ ଉପରେ ବ୍ୟବସ୍ଥା ଦ୍ୱାରା ପରିପୂରକ, ଏକ ବ୍ୟାପକ, ସମୟ-ସୀମା ବଦ୍ଧ ଦୃଢ଼ ଯାଞ୍ଚ ବ୍ୟବସ୍ଥା ସହିତ, ପସନ୍ଦର ଶୁଳ୍କ ପରିଚାଳନାକୁ ପ୍ରତ୍ୟାଖ୍ୟାନ ଏବଂ ଅସ୍ଥାୟୀ ସ୍ଥଗିତ ରଖିବା ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ ।
  • ଏକତ୍ର, ଏହି ପଦକ୍ଷେପ ଗୁଡ଼ିକ ଉତ୍ସ ନିୟମର ମାନଦଣ୍ଡର ଉଲ୍ଲଙ୍ଘନ, ଅପବ୍ୟବହାର କିମ୍ବା ମିଥ୍ୟା କରଣକୁ ପ୍ରଭାବ ଶାଳୀ ଭାବରେ ପ୍ରତି ହତକରେ, ଯାହା ନିଶ୍ଚିତ କରେ ଯେ, ଚୁକ୍ତି ନାମାର ଲାଭ କେବଳ ପ୍ରକୃତ ଭାରତୀୟ ରପ୍ତାନି କାରୀଙ୍କ ପାଇଁ ପ୍ରବାହିତ ହୁଏ।
    ବାଣିଜ୍ୟ ପ୍ରତିକାର : ଭାରତର ଘରୋଇ ଶିଳ୍ପକୁ ସୁରକ୍ଷା
  • ଏହି ଚୁକ୍ତି ନାମା ଆଣ୍ଟି -ଡମ୍ପିଂ, ସବସିଡି ଏବଂ କାଉଣ୍ଟର ଭେଲିଂ ପଦକ୍ଷେପ ଏବଂ ବିଶ୍ୱ ସୁରକ୍ଷା ପଦକ୍ଷେପ ଉପରେ ଡବ୍ଲୁଟିଓ ଚୁକ୍ତିନାମା ଅଧୀନରେ ଉଭୟ ପକ୍ଷଙ୍କ ପ୍ରତିବଦ୍ଧତାକୁ ଦୃଢ଼କରେ।
    -ଏଫଟିଏ ଏକ ଦ୍ୱିପାକ୍ଷିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରେ ଯାହା ଏହି ଚୁକ୍ତି ନାମା ଅନୁଯାୟୀ ଶୁଳ୍କହ୍ରାସ ଯୋଗୁଁ ଆମଦାନୀରେ ବୃଦ୍ଧି, ଏକ ଘରୋଇ ଶିଳ୍ପକୁ ଗୁରୁତର କ୍ଷତି ପହଞ୍ଚାଇବା କିମ୍ବା ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରେ ତେବେ ଏହାକୁ ଲାଗୁ କରାଯାଇ ପାରିବ।
    -ଉପଲବ୍ଧ ପଦକ୍ଷେପ ଗୁଡ଼ିକ ମଧ୍ୟରେ ଆହୁରି ଶୁଳ୍କ ହ୍ରାସ ସ୍ଥଗିତ ରଖିବା କିମ୍ବା ଶୁଳ୍କହାର ବୃଦ୍ଧି ଅନ୍ତର୍ଭୁକ୍ତ, ଯାହା ଚୁକ୍ତିନାମା କାର୍ଯ୍ୟକାରୀ ହେବା ସମୟରେ ପ୍ରଚଳିତ ଏମଏଫଏନ ପ୍ରୟୋଗ ହାର କିମ୍ବା ଏମଏଫଏନ ପ୍ରୟୋଗହାରରୁ କମ୍ ନୁହେଁ।
    ରପ୍ତାନି ଉତ୍ପାଦନ ପାଇଁ ବ୍ୟବହୃତ ଆମଦାନୀ ପାଇଁ ଫାଷ୍ଟ ଟ୍ରାକ୍ବ୍ୟ ବସ୍ଥା, ସୁବିଧା ଜନକ ପ୍ରକ୍ରିୟା ଏବଂ ବାଣିଜ୍ୟ ସୁବିଧା:
  • ଏଫଟିଏ କାରବାର ଖର୍ଚ୍ଚହ୍ରାସ କରିବା, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ସୀମା ପ୍ରକ୍ରିୟାକୁ ଆଧୁନିକୀକରଣ କରିବାପାଇଁ ବାଣିଜ୍ୟ ସୁବିଧା ପଦକ୍ଷେପର ଏକ ବ୍ୟାପକ ସେଟ୍ଅନ୍ତର୍ଭୁକ୍ତ କରେ।
  • ଏହି ଚୁକ୍ତିନାମାରେ ଅଧିକୃତ ଆର୍ଥିକ ଅପରେଟର, ସ୍ୱୟଂଚାଳିତ ସୁବିଧା ଏବଂ କାଗଜ ବିହୀନ ଏକକ-ୱିଣ୍ଡୋକ୍ଲିୟରାନ୍ସ ସିଷ୍ଟମ ପ୍ରଦାନ କରାଯାଇଛି।
  • ରପ୍ତାନି ଉତ୍ପାଦନ ପାଇଁ ଇନପୁଟ୍ଭାବରେ ସେବା ପ୍ରଦାନ କରୁଥିବା ଆମଦାନୀ ପାଇଁ ଫାଷ୍ଟ-ଟ୍ରାକ୍ବ୍ୟବସ୍ଥା କରାଯାଇଛିö ଏହା ରିହାତି ବଜାରରେ ଏମଏସଏମଇ ଓ କୃଷି ରପ୍ତାନି କାରୀଙ୍କ ପାଇଁ ପ୍ରବେଶ ଅନୁମତି ପ୍ରଦାନ କରେ।
  • ଏହା ବାଣିଜ୍ୟିକ ଅଂଶୀଦାର ମାନଙ୍କ ମଧ୍ୟରେ ବାଣିଜ୍ୟରେ ପୂର୍ବାନୁ ମାନ, ସ୍ୱଚ୍ଛତା ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ କଷ୍ଟ ମ୍ପ୍ରକ୍ରିୟା ଗୁଡ଼ିକୁ ଆଧୁନିକୀକରଣ କରେ।
    ନିରାପଦ ଏବଂ ନିର୍ବିଘ୍ନ ବାଣିଜ୍ୟ ପାଇଁ ସ୍ମାର୍ଟ ନିୟମ : ସାନିଟାରୀ ଏବଂ ଫାଇଟୋ ସାନିଟାରୀ ପଦକ୍ଷେପ
  • ଏହି ଚୁକ୍ତିନାମାରେ ସମର୍ପିତ ସାନିଟାରୀ ଏବଂ ଫାଇଟୋ ସାନିଟାରୀ (ଏପିଏସ) ଏବଂ ବାଣିଜ୍ୟ ପାଇଁ ବୈଷୟିକ ପ୍ରତିବନ୍ଧକ (ଟିବିଟି) ଅଧ୍ୟାୟ ଅନ୍ତର୍ଭୁକ୍ତ ଯାହା ପାରସ୍ପରିକ ଆଧାରରେ ବଜାର ପ୍ରବେଶ ଆବେଦନ ଗୁଡ଼ିକର ଦ୍ରୁତ-ଟ୍ରାକିଂକୁ ଆଗକୁ ବଢ଼ାଏ, ପ୍ରମାଣ ପତ୍ର ଏବଂ ଆମଦାନୀ ଅନୁମତି ପ୍ରକ୍ରିୟାକୁ ସରଳ କରେ ଏବଂ ଇଲେକ୍ଟ୍ରୋନିକ୍ଏସପିଏସ ପ୍ରମାଣ ପତ୍ର ପ୍ରଦାନ କରେ।
  • ଟିବିଟି ଅଧ୍ୟାୟ ଅଧୀନରେ ଉନ୍ନତ ନିୟାମକ ସହଯୋଗ ଏବଂ ସ୍ୱଚ୍ଛତା ଶୁଳ୍କ ବାହାରେ ଯାଉଥିବା ପ୍ରକ୍ରିୟା ଗତ ପ୍ରତିବନ୍ଧକ ଗୁଡ଼ିକୁ ହ୍ରାସକରେ, ଭାରତୀୟ ରପ୍ତାନି କାରୀମାନଙ୍କୁ, ବିଶେଷ କରି ଖାଦ୍ୟ, କୃଷି ଏବଂ ଉତ୍ପାଦନ କ୍ଷେତ୍ରରେ, ନ୍ୟୁଜିଲ୍ୟାଣ୍ଡ ବଜାରରେ ପୂର୍ବାନୁମାନ ଯୋଗ୍ୟ ଏବଂ ମୂଲ୍ୟ-ପ୍ରଭାବଶାଳୀ ପ୍ରବେଶ ପାଇବାକୁ ନିଶ୍ଚିତ କରେ।
  • ଏହି ନିୟମାବଳୀ ମାନବ, ପ୍ରାଣୀ ଓ ଉଦ୍ଭିଦ ଜୀବନ କିମ୍ବା ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ସାମଗ୍ରୀବାଣିଜ୍ୟର ସୁବିଧା ମଧ୍ୟରେ ଏକ ସର୍ବୋତ୍ତମ ସନ୍ତୁଳନ ସୁନିଶ୍ଚିତ କରେ।
  • ନ୍ୟୁଜିଲ୍ୟାଣ୍ଡର ଉଚ୍ଚ ନିୟାମକ ମାନଦଣ୍ଡକ ଦୃଷ୍ଟିରେ ରଖି ଏହି ସ୍ୱୀକୃତି ବିଶ୍ୱ ବଜାର ପ୍ରବେଶକୁ ଯଥେଷ୍ଟ ବୃଦ୍ଧି କରିବ, କାରବାର ଖର୍ଚ୍ଚହ୍ରାସ କରିବ ଏବଂ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସରଳ ବଜାର ପ୍ରବେଶକୁ ସହଜ କରିବ।
    ପ୍ରମୁଖ ଆର୍ଥିକ ସହଯୋଗ ଏବଂ ବୈଷୟିକ ସହଭାଗୀତା
  • ଏଫଟିଏ ଉଭୟ ପକ୍ଷକୁ ଆଗ୍ରହର ବିଭିନ୍ନ ବିଷୟ ବସ୍ତୁଗତ କୃଷି ଏବଂ ଅଣ-କୃଷିକ୍ଷେତ୍ରରେ ସହଯୋଗୀ କାର୍ଯ୍ୟକଳାପରେ ନିୟୋଜିତ ହେବାର ସୁଯୋଗ ପ୍ରଦାନ କରେ।
  • ସମବାୟ କାର୍ଯ୍ୟକଳାପରେ ଉତ୍ପାଦନ ବୃଦ୍ଧି ପାଇଁ କ୍ଷମତା ନିର୍ମାଣ, ବୈଷୟିକ ସହାୟତା ଏବଂ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଭୁକ୍ତ, କୃଷକଙ୍କ ଆୟବୃଦ୍ଧିକୁ ସମର୍ଥନ, ଦକ୍ଷତା ବିକାଶ ଏବଂ ବାଣିଜ୍ୟ ବାହାରେ ଗବେଷଣା ଓ ବିକାଶ, ତାଲିମ ଏବଂ ନବସୃଜନରେ ସହଯୋଗର ବିବିଧତା ଅନ୍ତର୍ଭୁକ୍ତ।
  • କୃଷି ଅଧୀନରେ ସହଯୋଗର କ୍ଷେତ୍ର ଗୁଡ଼ିକ ମଧ୍ୟରେ ଉଦ୍ୟାନ କୃଷି, ମହୁ, ବନୀକରଣ, ପଶୁପାଳନ, ମତ୍ସ୍ୟପାଳନ, ମତ୍ସ୍ୟପାଳନ ଏବଂ ମଦକ୍ଷେତ୍ର ଅନ୍ତର୍ଭୁକ୍ତ।
  • ଅଣ-କୃଷିକ୍ଷେତ୍ରରେ, ସହଯୋଗ ପାରମ୍ପରିକ ଔଷଧ ପ୍ରଣାଳୀ (ଆୟୁଷ), ପାରମ୍ପରିକ ଜ୍ଞାନର ସଂରକ୍ଷଣ, ଅଡିଓ-ଭିଜୁଆଲ୍ଏବଂ ସୃଜନଶୀଳ ଶିଳ୍ପ, କ୍ରୀଡା ଏବଂ ପର୍ଯ୍ୟଟନ ପର୍ଯ୍ୟନ୍ତ ବିସ୍ତାରିତ, ଯାହା ସାଂସ୍କୃତିକ ବିନିମୟ ଏବଂ କ୍ଷେତ୍ରୀୟ ନବସୃଜନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରହିଛି।
    ସାଂସ୍କୃତିକ ବାଣିଜ୍ୟ, ପାରମ୍ପରିକ ଜ୍ଞାନ ଏବଂ ଲୋକ-ଠାରୁ-ଲୋକ ସହଯୋଗ : ଏଫଟିଏରେ ପ୍ରଥମ
  • ସଂସ୍କୃତି, ବାଣିଜ୍ୟ, ପାରମ୍ପରିକ ଜ୍ଞାନ ଏବଂ ଅର୍ଥନୈତିକ ସହଯୋଗ ଉପରେ ଏକ ଉତ୍ସର୍ଗୀକୃତ ଅଧ୍ୟାୟ ଉଭୟପକ୍ଷଙ୍କ ଲୋକଙ୍କ ଆର୍ଥିକ ଏବଂ ସାଂସ୍କୃତିକ ଆକାଂକ୍ଷାକୁ ସକ୍ଷମ ଏବଂ ଆଗକୁ ବଢ଼ାଇବା ପାଇଁ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରେ
  • ତାଙ୍କର ବାଣିଜ୍ୟ ଚୁକ୍ତି ନାମାରେ ପ୍ରଥମଥର ପାଇଁ, ନ୍ୟୁଜିଲ୍ୟାଣ୍ଡର ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ଏବଂ ପାରମ୍ପରିକ ଔଷଧ ସେବା ପ୍ରବେଶ ରହିଛି।ଏହି ଐତିହାସିକ ବ୍ୟବସ୍ଥା ଭାରତର ଆୟୁଷ ପ୍ରଣାଳୀର ବିଶ୍ୱସ୍ତରୀୟ ସ୍ୱୀକୃତିକୁ ପ୍ରୋତ୍ସାହିତ କରେ, ଚିକିତ୍ସା ମୂଲ୍ୟଯାତ୍ରାକୁ ସମର୍ଥନ କରେ, ସୁସ୍ଥତା ସେବାରେ ସହଯୋଗକୁ ଉତ୍ସାହିତକରେ ଏବଂ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପାରମ୍ପରିକ ଔଷଧ ସେବାପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରେ।
  • ଏହା ମାଓରି ସ୍ୱାସ୍ଥ୍ୟ ଅଭ୍ୟାସ ସହିତ ଭାରତର ଆୟୁଷ ବିଷୟ (ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନି, ସୋୱା-ରିଗ୍ପା, ସିଦ୍ଧ ଏବଂ ହୋମିଓ ପାଥି)କୁ କେନ୍ଦ୍ରମଞ୍ଚ ପ୍ରଦାନ କରେ।
    -ଏହା ଅଡିଓ-ଭିଜୁଆଲ୍ଏବଂ ସୃଜନଶୀଳ ଶିଳ୍ପ, ପାରମ୍ପରିକ ଜ୍ଞାନ ପ୍ରଣାଳୀର ସଂରକ୍ଷଣ, କ୍ରୀଡା ଏବଂ ପର୍ଯ୍ୟଟନରେ ସହଯୋଗକୁ ପ୍ରୋତ୍ସାହିତ କରେ, ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କର ସାଂସ୍କୃତିକ ଏବଂ ମାନବୀୟ ଦିଗକୁ ସୁଦୃଢ଼ କରେ।
  • ଏହା ସୃଜନଶୀଳ ଶିଳ୍ପ, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଲୋକ-କେନ୍ଦ୍ରିକ ଅଭିବୃଦ୍ଧି ପାଇଁ ନୂତନପଥ ସୃଷ୍ଟି କରେ।
    ପାରସ୍ପରିକ ଚିହ୍ନଟ ବ୍ୟବସ୍ଥା ମାଧ୍ୟମରେ ଜୈବିକ ବାଣିଜ୍ୟ : ଭାରତ ପ୍ରଶାନ୍ତକ୍ଷେତ୍ରର ପ୍ରବେଶ ଦ୍ୱାର
  • ଏହି ଚୁକ୍ତି ନାମାରେ ଏକ ସୋପାନ, ଏକ ପାରସ୍ପରିକ ଭାବରେ ଗୃହୀତ ତୃତୀୟ ଦେଶର ମାନକ (ଅଷ୍ଟ୍ରେଲିଆ) ଗ୍ରହଣ ଉପରେ ଆଧାରିତ ଏକ ଏମଆର ଏ (ପାରସ୍ପରିକ ଚିହ୍ନଟ ବ୍ୟବସ୍ଥା) ପ୍ରଦାନ କରାଯିବ।
    -ଭାରତ ୨୦୨୪-୨୫ ଆର୍ଥିକ ବର୍ଷରେ ୮୦ରୁ ଅଧିକ ଜୈବିକ ଉତ୍ପାଦ ରପ୍ତାନି କରୁଛି। ସେହି ସମୟ ମଧ୍ୟରେ, ଭାରତରୁ ନ୍ୟୁଜିଲାଣ୍ଡକୁ ମୋଟ ଜୈବିକ ରପ୍ତାନି ୨,୪୦୧.୫୩ ମେଟ୍ରିକ୍ଟ ନ୍ଥିଲା, ଯାହାର ମୂଲ୍ୟ ୩.୧୮ ନିୟୁତ ଡଲାର।ପାରସ୍ପରିକ ସ୍ୱୀକୃତି ଚୁକ୍ତି ନାମା (ଏମଆରଏ) ପରେ ଅଧିକ ଆକର୍ଷଣୀୟ ହେବା ଆଶା କରାଯାଉଥିବା ଜୈବିକ ଉତ୍ପାଦ ଗୁଡ଼ିକ ମଧ୍ୟରେ ବାସୁମତୀ ଚାଉଳ, ଅଳସୀ ବିହନ, ଆରବିକାଚେରିଏବି, ସାଇଲିୟମ୍ହସ୍କ (ଇସାବଗୋଲ୍), ସୋୟା ବିନ୍ତେଲକେକ୍, ଜୈବିକ କଳାଚା ଇତ୍ୟାଦି ଅନ୍ତର୍ଭୁକ୍ତ।
    ଦ୍ୱିପାକ୍ଷିକ ବାଣିଜ୍ୟ : ଦୃଢ଼ଗତି, ବିଶାଳ ସମ୍ଭାବନା
  • ୨୦୨୪ମସିହାରେ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ମୋଟ ବାଣିଜ୍ୟ ୨.୪ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ।ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିପାକ୍ଷିକ ବାଣିଜ୍ୟ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦୃଢ଼ ଅଭିବୃଦ୍ଧି ଦେଖାଇଛି, ୨୦୨୪-୨୫ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ ବାଣିଜ୍ୟ ୧.୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ଯାହା ପୂର୍ବବର୍ଷର ବାଣିଜ୍ୟ ତୁଳନାରେ ୪୯% ବୃଦ୍ଧି ପାଇଛି।
  • ବର୍ତ୍ତମାନଏଫଟିଏ ସ୍ୱାକ୍ଷରିତ ହେବା ସହିତ, ଶୁଳ୍କ ଉଚ୍ଛେଦ, ସେବା ପ୍ରବେଶ ବୃଦ୍ଧି, ୨୦ ବିଲିୟନ ଆମେରିକୀୟ ଡଲାର ନିବେଶ ସୁରକ୍ଷିତ କରିବା ଏବଂ ଦୃଢ଼ ପ୍ରତିଷ୍ଠାନ ଢାଞ୍ଚା ପ୍ରତିଷ୍ଠା କରିବା ସହିତ, ଭାରତ-ନ୍ୟୁଜିଲ୍ୟାଣ୍ଡ ଏଫଟିଏ ଆଗାମୀବର୍ଷ ଗୁଡ଼ିକରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ରପ୍ତାନି ବିସ୍ତାର କରିବ ଏବଂ ଦୁଇଦେଶ ମଧ୍ୟରେ ଏକ ଗଭୀର ଏବଂ ଅଧିକ ସ୍ଥିର ଆର୍ଥିକ ସହଭାଗୀତାକୁ ମଜବୁତ କରିବ ବୋଲି ଆଶାକରାଯାଉଛି।
    କୃଷି, ମତ୍ସ୍ୟପାଳନରୁ କାରଖାନା ପର୍ଯ୍ୟନ୍ତ, ଏହି ରାଜିନାମା ପ୍ରମୁଖ କ୍ଷେତ୍ର ଏବଂ ରାଜ୍ୟ ଗୁଡ଼ିକୁ ସୁଦୃଢ଼ କରିବ
    ଶୂନ୍ୟ-ଶୁଳ୍କ ବଜାର ପ୍ରବେଶ ଭାରତର ପ୍ରମୁଖ ରପ୍ତାନି କ୍ଷେତ୍ରକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧିକରିବ। ରପ୍ତାନିର ଏକ ଆଧାର ବୟନ ଓ ପୋଷାକ, ଗୃହ ସାଜସଜ୍ଜା, ତନ୍ତୁ ଏବଂ ହସ୍ତତନ୍ତ ଉତ୍ପାଦ ଗୁଡ଼ିକରେ ଉଚ୍ଚ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କରିବ । ଫଳ, ମସଲା, ଶସ୍ୟ, କଫି ଏବଂ କୋକୋଭଳି ଉତ୍ପାଦ ଗୁଡ଼ିକ ଉପରେ ଶୁଳ୍କ ଉଚ୍ଛେଦ ସହିତ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଅଧିକ ପ୍ରତିଯୋଗିତା ମୂଳକ ହେବ। ଚମଡା ଓ ଜୋତା ପ୍ରମୁଖ ଶୁଳ୍କ ହଟାଇବା ଦ୍ୱାରା ଲାଭବାନ ହେବେ, ଯାହା ଭାରତର ବିଶ୍ୱ ସ୍ଥିତିକୁ ମଜବୁତ କରିବ। ସେହି ସମୟରେ, ଇଞ୍ଜିନିୟରିଂ, ଉତ୍ପାଦନ ଓ ଶିଳ୍ପକ୍ଷେତ୍ର – ଯନ୍ତ୍ରପାତି, ଅଟୋମୋଟିଭ୍, ଇଲେକ୍ଟ୍ରୋନିକ୍ସ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ ଏବଂ ରବର ସମେତ ବିଭିନ୍ନ କ୍ଷେତ୍ର ଶୁଳ୍କ ହ୍ରାସରୁ ଲାଭବାନ ହେବେ, ଭାରତର ବିବିଧ ରପ୍ତାନି ଆଧାରକୁ ସୁଦୃଢ଼ କରିବେ ଏବଂ ବିଶ୍ୱମୂଲ୍ୟ ଶୃଙ୍ଖଳରେ ଗଭୀର ସମନ୍ୱୟ ଆଣିବେ।
    ରାଜ୍ୟସ୍ତରରେ, ଭାରତ-ନ୍ୟୁଜିଲାଣ୍ଡ ଭାରତୀୟ ରପ୍ତାନି ଦୃଶ୍ୟପଟର ବିବିଧ ଏବଂ ବିଶେଷ ପ୍ରକୃତିକୁ ପ୍ରତିଫଳିତ କରି ବ୍ୟାପକ-ଭିତ୍ତିକ ଲାଭପ୍ରଦାନ କରିବାକୁ ପ୍ରସ୍ତୁତ। ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜୁରାଟର ରାସାୟନିକ ପଦାର୍ଥ ଓ ରତ୍ନ, ମହାରାଷ୍ଟ୍ରର ଔଷଧ ଓ ଅଟୋ ଉପାଦାନ, ତାମିଲନାଡୁର ବୟନଶିଳ୍ପ, ଚମଡା ଓ ଅଟୋ ଉପାଦାନ, ଉତ୍ତର ପ୍ରଦେଶର ଚମଡା, କାର୍ପେଟ ଓ ହସ୍ତଶିଳ୍ପ, ପଞ୍ଜାବର କୃଷି ଉତ୍ପାଦ, କର୍ଣ୍ଣାଟକର ଔଷଧ ଓ ଇଲେକ୍ଟ୍ରୋନିକ୍ସ, ଏବଂ ପଶ୍ଚିମବଙ୍ଗର ଚା ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଉନ୍ନତ ମୂଲ୍ୟ ପ୍ରତିଯୋଗିତାରୁ ଲାଭପାଇବାକୁ ପ୍ରସ୍ତୁତ ।ଆନ୍ଧ୍ରପ୍ରଦେଶ ଏବଂ କେରଳ ଭଳି ଉପକୂଳ ବର୍ତ୍ତୀ ରାଜ୍ୟଗୁଡ଼ିକ ସାମୁଦ୍ରିକ ରପ୍ତାନିରୁ ଅଧିକ ଲାଭପାଇ ପାରିବେ । ଉତ୍ତର-ପୂର୍ବ ରାଜ୍ୟ ଚା, ମସଲା, ବାଉଁଶ ଏବଂ ଜୈବିକ ଉତ୍ପାଦ ପାଇଁ ଉତ୍ତମ ବଜାର ପ୍ରବେଶ ପାଇପାରିବେ । ସାମଗ୍ରିକ ଭାବରେ, ଏହି ଚୁକ୍ତି ଭାରତର ରପ୍ତାନି ପ୍ରୋଫାଇଲକୁ ଆହୁରି ବିବିଧ ଏବଂ ଗଭୀର କରିବ ବୋଲି ଆଶା କରାଯାଉଛି।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି।ସମାରୋହ ଆରମ୍ଭରେ କେନ୍ଦ୍ରବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଧାନ ମନ୍ତ୍ରୀଙ୍କ ବାର୍ତ୍ତାପାଠ କରିଥିଲେ।
Leave A Reply

Your email address will not be published.