ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପିଏମଶ୍ରୀ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲେବଡାଠାରେ ପ୍ରଥମ ପିଏମଶ୍ରୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଦୁତିବାହାନ ମୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନିଜ ବକ୍ତବ୍ୟରେ ସେ ବିଦ୍ୟାଳୟର ଶୃଙ୍ଖଳା ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନିର୍ମାଣ ଦିଗରେ ପୁଙ୍ଖାନୁପୁଙ୍ଖ ଭାବରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ହାତୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡମ୍ବରୁଧର ମାଝୀ, ଲେବଡା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପଦ୍ମଲୋଚନ ତାଣ୍ଡି, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଯୁବନେତା ଫକିର ଲୁହା, ଓ ଆଲୁମିନି ସଭାପତି ମୁକୁନ୍ଦ ସାହୁ ଏହି ଅନୁଷ୍ଠାନର ସାମଗ୍ରୀକ ବିକାଶ ପାଇଁ ମାନ୍ୟବର ବିଧାୟକଙ୍କ ସହଯୋଗ କାମନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୁନା ପିଏମଶ୍ରୀ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ତୋଷ କୁମାର ସାହୁ ମଞ୍ଚ ପରିଚାଳନା ଓ ରାଜୀବ ଲୋଚନ ଦାସ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ପିଏମଶ୍ରୀ ଉତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା ।