ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ହାଇସ୍କୁଲ ପଡିଆରେ ଚାଲିଥିବା ଏହି ପ୍ରତିଯୋଗିତାର ଉଦଯାପନୀ ସମାରୋହରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଅଂଚଳର ଜଣାଶୁଣା କ୍ରୀଡା ଶିକ୍ଷକ ନରେନ୍ଦ୍ର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କ ପାଇଁ କ୍ରୀଡା ଜରୁରୀ ବୋଲି କହିବା ସହ ଏହା ମନକୁ ଶୃଙ୍ଖଳିତ କରିଥାଏ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୁରାତନ ଛାତ୍ର ତଥା କ୍ରୀଡାବିତ୍ ସିଦ୍ଧାର୍ଥ ପାତ୍ର ଓ ସାମ୍ବାଦିକ ସତ୍ୟବ୍ରତ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରୁଣା ସ୍ମୃତି ସାଉଁଟିବା ସହିତ କ୍ରୀଡା ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ ବୋଲି କହିଥିଲେ । ଏହି ପ୍ରତିଯୋଗିତାରେ କମଲ କୁମାର ନାଏକ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିବାବେଳେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ତା ସହ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରମାନଙ୍କୁ ସାର୍ଟିଫିକେଟ ସହ ମେଡାଲ ପ୍ରଦାନ କରାଯାଇଥିଲା । ସଭା କାର୍ଯ୍ୟକୁ ସହକାରୀ ଶିକ୍ଷକ ବୈକୁଣ୍ଠ ନାଏକ ପରିଚାଳନା କରିଥିବାବେଳେ କ୍ରୀଡା ଶିକ୍ଷକ ଦୀନବନ୍ଧୁ ଛିଚୁଆନ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.