ଦାଦନ ଶ୍ରମିକଙ୍କୁ ଟ୍ରେନରୁ ଉଠାଇ ନେଇ ଦେହରେ ତେଲ ଢାଳି ଜାଳି ଦେଇଥିବା ଅଭିଯୋଗ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଖଲିଆଭଟା ଗାଁର ବିଦ୍ୟାଧର ମାଝୀ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଇଟାଭାଟିରେ କାମ କରୁଥିଲେ । କିନ୍ତୁ ସେଠାରେ ବିଦ୍ୟାଧରଙ୍କୁ ଅତ୍ୟଧିକ ପରିଶ୍ରମ ଓ ଖଟଣୀ ସହିବାକୁ ପଡୁଥିବାରୁ ସେ ନିଜ ଗାଁକୁ ଟ୍ରେନ ଯୋଗେ ଫେରି ଆସୁଥିଲେ । ତେବେ ଶ୍ରମିକ ବିଦ୍ୟାଧର ମାଝୀଙ୍କୁ କିଛିଲୋକ ଟ୍ରେନରୁ ଉଠାଇ ନେଇ ଦେହରେ ତେଲ ଢାଳି ଜାଳି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ପରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା ପାଇଁ ଭତ୍‌ର୍ତ୍ତି କରିଥିବା ଜଣାପଡ଼ିଛି । ଶ୍ରମିକଙ୍କ ଦେହ ଜଳିଯାଇଥିବା ବେଳେ ପୁରା ପରିବାର ଚିନ୍ତାରେ ରହିଛି ।

Leave A Reply

Your email address will not be published.