ସକାଳୁ ସକାଳୁ ବୁଲେଟ ସହ ଯୁବକଙ୍କ ମୃତଦେହ ଠାବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜାଲୋଏ ପଞ୍ଚାୟତର କେଶଲପୁରା ଗାଁ ରାସ୍ତାରେ ଆଜି ସକାଳୁ ସକାଳୁ ବୁଲେଟ ସହ ଏକ ମୃତ ଶରୀର ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃତ ଶରୀର ପାଖରେ ବୁଲେଟ ଯାହାର ନମ୍ବର ଓଡି ୩୧ ଏମ -୬୨୪୯ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଧର୍ମଶାଳା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତକ ଜଣକ ହେଲେ ସ୍ଥାନୀୟ ଜମ୍ଭାଲିପାଲି ଗ୍ରାମର ମହଜିଦ କର୍ଣ୍ଣ (୩୦)ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତ୍ରୀରେ ସେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ମୃତଦେହକୁ ପୋଷ୍ଟମୋଟର୍ମ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.