ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଗରିମା ପରିବାରର ମକର ମିଳନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଶଙ୍କର ଜେନାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପଦେଷ୍ଟା ସନ୍ତୋଷ ଅଗ୍ରୱାଲ, ପବନ ଅଗ୍ରୱାଲ, ରଶ୍ମିତ ସାହାଣୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ସହ ସାମାଜିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଅନୁଷ୍ଠାନର ପୃଷ୍ଠପୋଷକ ଭାବେ ଲଳିତା ମୁଦାଲି, ଡାକ୍ତର ସ୍ୱୟଂସ୍ତୁତି ପଟ୍ଟନାୟକ, ଡ. ସମ୍ପାଦିକା ମହାନ୍ତି, ଉପଦେଷ୍ଟା ଭାବେ ଲୁସି ଦାଶ, ରଶ୍ମି ନାୟକ, ସବିତା ମହାପାତ୍ର, ମୀନାକ୍ଷୀ ପାଢ଼ୀ, ମୋନାଲିସା ଗୌଡ଼, ମଞ୍ଜୁ ରାଣୀ ମେହେର ପ୍ରମୁଖ, ଅଧ୍ୟକ୍ଷା ଭାବେ ନିହାରିକା ବସ୍ତିଆ, ଉପାଧ୍ୟକ୍ଷା ପ୍ରଣତୀ ପଟ୍ଟନାୟକ, ସଭାପତି ଡ. ମମତା ନାୟକ, କାର୍ଯ୍ୟକାରୀ ସଭାପତି ଲୀନା ତ୍ରିପାଠୀ, ଉପସଭାପତି ରେବତୀ ବାରିକ, ସାଧାରଣ ସମ୍ପାଦକ ଡ. ସରିତା ମଲ୍ଲ, ସହ ସମ୍ପାଦକ ଶର୍ମିଲା ତ୍ରିପାଠୀ, କୋଷାଧ୍ୟକ୍ଷ ଶଙ୍ଖରିନା ପ୍ରଧାନ, ସହ କୋଷାଧ୍ୟକ୍ଷ ସନ୍ତୋଷୀ ମଲ୍ଲିକ, ସଂଯୋଜକ ସୁମିତା ପଟ୍ଟନାୟକ, ସହ ସଂଯୋଜକ ଶାନ୍ତିଲତା ବାରିକ, ସାଂଗଠନିକ ସମ୍ପାଦକ ରଶ୍ମିତା ଚୌଧୁରୀ, ଉଦଘୋଷିକା ମୋନାଲିସା ସାହୁ, ବୋର୍ଡ ସଦସ୍ୟ ଭାବେ ସୁନୀତା ଶ୍ରୀନିବାସନ, ମମତା ଦାସ, ଦେବସ୍ମିତା ଶତପଥୀ, ମୀନତି ମୋଦୀ, ଶୁଭଲକ୍ଷ୍ମୀ ପାତ୍ର, ମୌସୁମୀ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଦସ୍ୟ ଭାବେ ସସ୍ମିତା ମିଶ୍ର, ତପସ୍ଵିନୀ ପାତ୍ର, ଗାୟତ୍ରୀ ମହାନ୍ତି, ରିମି ବାନାର୍ଜୀ, ଅଞ୍ଜୁ ପାଣ୍ଡେ, ରଞ୍ଜିତା ଶତପଥୀ, ବ୍ରତତୀ ପ୍ରଧାନ, ଭାଗ୍ୟଶ୍ରୀ ଦାସ, ବିଷ୍ଣୁପ୍ରିୟା ଦାସ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଥିଲା । ଏହାସହ ଚଳିତ ବର୍ଷ ଅନୁଷ୍ଠାନ ତରଫରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ଶେଷରେ ଆବାହକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।