ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ତରଫରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ମହାସଭାର ସଭାପତି ଦିଲ୍ଲୀପ ରାୟଙ୍କ ୭୩ତମ ଜୟନ୍ତୀ ମହସଭାର ଖଡ୍ଗ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଅଧ୍ୟକ୍ଷତା ଓ ମୁଖପାତ୍ର କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ରାୟଙ୍କ ବ୍ୟତୀତ ଉପଦେଷ୍ଟା ହରିହର ରାଉତରାୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀ ପାତ୍ର ସ୍ୱାଗତ ଭାଷଣ ରଖିଥିଲା ବେଳେ ସଭାପତି ଶ୍ରୀ ରାୟ ତାଙ୍କ ଜନ୍ମଦିନ ପାଳନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଐକ୍ୟବଦ୍ଧତା ତଥା ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ସହ ମହାସଭାକୁ ଅଧିକ ଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶ୍ରୀ ରାୟ ଖଡ୍ଗ ଭବନରେ ଦୀପ ଜଳାଇବା ସହ ଅନୁଷ୍ଠାନ ତରଫରୁ ତାଙ୍କର ଶୁଭକାମନା ମନାସୀ ୭୩ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହାସହ ଶ୍ରୀ ରାୟ କେକ୍ କାଟି ସମସ୍ତଙ୍କ ମଧ୍ୟରେ ଖୁସି ବାଣ୍ଟିଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀରାୟ ୧୯୫୪ ମସିହା ଜାନୁଆରୀ ୯ ତାରିଖ ରେ ଜନ୍ମଗ୍ରହଣ କରିଥିବାବେଳେ କେନ୍ଦ୍ର ତଥା ରାଜ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ତଥା ସ୍ୱାଧୀନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମହାସଭାର ସମସ୍ତ କର୍ମକର୍ତ୍ତା ଓ ରାଣୀ ଶୁକଦେଇ ମହିଳା ସଂଗଠନର ସଦସ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post