ରାଉରକେଲା, (ସସ୍ମିତା ପ୍ରଧାନ) : ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ପକ୍ଷରୁ ଆଜି ସେକ୍ଟର-୯ ସ୍ଥିତ ଲଗୁନ୍ ପାର୍କ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୩ତମ ଜନ୍ମଦିନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ୧୯୫୪ ମସିହା ଜାନୁଆରୀ ୯ ତାରିଖ ହୋଇଥିବା ବେଳେ ତାଙ୍କ ଜନ୍ମଦିନ ଅବ୍ୟବହିତ ପୂର୍ବରୁ ଏହାକୁ ପାଳନ କରାଯାଇଛି । ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ସଭାପତି ତଥା ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ପୁତୁରା ତଥା ଯୁବ ଶିଳ୍ପୋଦ୍ୟୋଗୀ ନିଶିକାନ୍ତ ରାୟ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସ୍ତମ୍ଭକାର ଅରବିନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ତଥା ଦୀନ ଦୟାଲ ମେଲର ସମ୍ପାଦକ ଶିବ ଶରଣ ମିଶ୍ର, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସମ୍ପାଦକ ଅରୁଣ ଦାଶ, ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ତଥା ସମାଜସେବୀ ପି ପି ରାୟଙ୍କ ସମେତ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ସାଧାରଣ ସମ୍ପାଦିକା ସବିତା ଖାତୁନ ଏବଂ କୋଷାଧ୍ୟକ୍ଷ ଚିନ୍ତା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମଞ୍ଚାସୀନ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଡାଏରୀ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ପାଳନ ଅବସରରେ କେକ୍ କାଟିଥିଲେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଗଣ । ଅତିଥିମାନେ ଦିଲ୍ଲୀପ ରାୟଙ୍କ ରାଉରକେଲା ପ୍ରତି ଥିବା ଅବଦାନ ବିଷୟରେ ନିଜ ନିଜର ବକ୍ତବ୍ୟରେ କହିବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକମାନଙ୍କୁ ଉତ୍ତରୀୟ ଓ ନବବର୍ଷର ଡାଏରୀ ଦେଇ ସମ୍ମାନିତ କରାଯାଇଥିଲା । ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ସାଧାରଣ ସମ୍ପାଦିକା ସବିତା ଖାତୁନଙ୍କ ଅନୁରୋଧ କ୍ରମେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମାତା ତଥା ସମାଜସେବୀ କଲ୍ୟାଣୀ ରାୟଙ୍କ ନାମରେ ଏକ ସ୍ମୃତି କମିଟି ଗଠନ ଓ ବୃଦ୍ଧା ଆଶ୍ରମ ନିର୍ମାଣକୁ ନେଇ ଏକ ବାକ୍ସରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ ନିଜ ନିଜର ଫର୍ମ ପୂରଣ କରି ପକାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କେଶବ ନାୟକ, ପ୍ରତିମା ଦାସ, ଏମଡି ସାଜନ, ମାର୍ଗାରେଟ ଟପ୍ପୋ, ଲିଜା, ଗୌରୀ ପ୍ରମୁଖ । ଶେଷରେ ସମ୍ପାଦିକା ସବିତା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ସଭାପତି ଶ୍ରୀ ତ୍ରିପାଠୀ କୃତଜ୍ଞତା ଜ୍ଞାପନ କରିଥିଲେ ।
Prev Post