ଛତ୍ରପୁର ବିଧାୟକଙ୍କ ଦ୍ଵାରା ବଡମାଧପୁର ଗ୍ରାମପାଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମପାଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଆନୁଷ୍ଠାନିକ ଭାବେ ଗୁରୁବାର ଉଦଘାଟନ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ପଦକଳ୍ପକୁ ଉଦଘାଟନ କରିଥିଲେ । ଉକ୍ତ ପଞ୍ଚାୟତର ଗୋବା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହକୁ ଉଦଘାଟନ କରିବା ସହ ବଡମାଧପୁର ଗ୍ରାମରେ ପଞ୍ଚାୟତ ଅଫିସ୍ ପରିସରରେ ବଜାର ଗୃହ, ରାଉଳ ସାହି ଗୋଷ୍ଠୀ କେନ୍ଦ୍ର (କୋଠଘର) ଧୀରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଏବଂ ବଡମାଧପୁର ଗ୍ରାମପାଞ୍ଚାୟତ କାର୍ଯ୍ୟାଳୟର ଛାତ ଉପରେ ମିଶନଶକ୍ତି ଗୃହର ଆନୁଷ୍ଠାନିକ ଭାବେ ବିଧାୟକ ଉଦଘାଟନ କରିଥିଲେ । ଏହାସହ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଗ୍ରାମ ପଞ୍ଚାୟତର ସୁବିଧା କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ୨୪ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୪୫ ଲକ୍ଷ ୫୦ ହଜାର ଟଙ୍କାର ସିଏଲଏଫ୍ ଋଣ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ତଥା ବଡମାଧପୁର ସମିତିସଭ୍ୟା ତଥା ଏସ. ଶାରଦା ରେଡ୍ଡୀ, ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ.କିଶୋର ଚନ୍ଦ୍ର ରେଡ୍ଡୀ, ପୂର୍ବତନ ସମିତିସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ସାଂସଦ ପ୍ରତିନିଧି ସନ୍ତୋଷ ରେଡ୍ଡୀ, ଜ୍ୟୋତି ରଞ୍ଜନ ସାହୁ, ଅଶୋକ ପାଣିଗ୍ରାହୀ, ବଉଳଗାଁ ସମିତିସଭ୍ୟ ରାମଚନ୍ଦ୍ର ପରିଡା, ପୋଟ୍ଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଶିବଶଙ୍କର ସେଠୀ, ବାପି ଦାସ, କନିଷ୍ଠ ଯନ୍ତ୍ରୀ ମାନିନୀ ମୁନି, ମିଶନ ଶକ୍ତି ସଂଯୋଜିକା ସୀତା ବରାଳ, ମହିଳା ସଂଘ ସଭାପତି ରଶ୍ମିତା ପ୍ରଧାନ, ପିଇଓ ଅଜିତ୍ ମହାରଣା, ମହେଶ୍ୱର ପ୍ରଧାନଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

Leave A Reply

Your email address will not be published.