ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଗବାନ ଶ୍ରୀ ସତ୍ୟସାଇଙ୍କ ଜନ୍ମଶତବାର୍ଷିକୀ ଉତ୍ସବ ଛତ୍ରପୁର ସ୍ଥିତ ସାଇ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଆୟୋଜିତ ନିତ୍ୟନାରାୟଣ ସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଏବଂ ଭଗବାନ ଶ୍ରୀ ସତ୍ୟସାଇଙ୍କ ଜନ୍ମଶତବାର୍ଷିକୀ ସମାରୋହ ଅବସରରେ ପ୍ରାତଃରେ ନଗର ସଂକୀର୍ତ୍ତନ, ଦିବ୍ୟଧ୍ଵଜା ଉତ୍ତୋଳନ, ବିଧିବଦ୍ଧ ଭାବେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା, ନାରାୟଣ ସେବା ୧ ଶହଜଣ ଗରିବ ଲୋକଙ୍କୁ ଉପହାର ପ୍ରଦାନ, ଆନନ୍ଦ ବଜାରରେ ସଭିଙ୍କ ନିମନ୍ତେ ଅନ୍ନ-ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ଠାକୁରଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ବାବାଙ୍କ ମଙ୍ଗଳ ଆରତୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ଉପସ୍ଥିତ ସମସ୍ତ ଭକ୍ତଜନଙ୍କୁ ମିଷ୍ଟାନ୍ନ ପ୍ରସାଦ ବିତରଣ କରାଯାଇଥିଲା । ସର୍ବୋପରି ବାବାଙ୍କ ନାମରେ ଭକ୍ତି ଭାବାପନ୍ନରେ ଜନ୍ମ ଶତବାର୍ଷିକୀ ସମାରୋହ ଅବସରରେ ଉତ୍ସର୍ଗୀକୃତ କରାଯାଇଛି ।