ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟେରିୟମ, ତକତପୁର, ବାରିପଦା ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ସେମିନାର ର ଆଭିମୁଖ୍ୟ ଓ ନିୟମାବଳୀ ଜଣାଇଥିଲେ । ମୁଖ୍ୟଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର ଯୋଗ ଦେଇଥିଲେ । ଚଳିତ ବର୍ଷର ବିଜ୍ଞାନ ଆଲୋଚନା ଚକ୍ର ପ୍ରସଙ୍ଗ ‘ କ୍ଵାଣ୍ଟମ ଯୁଗର ଆରମ୍ଭ : ସମ୍ଭାବନା ଓ ଆହ୍ୱାନ ‘ ଉପରେ ଜିଲ୍ଲାରୁ ୨୬ଟି ବ୍ଲକରୁ ୨୬ ଜଣ ଗାଇଡ଼ ଶିକ୍ଷକ ସହିତ ଆସିଥିବା ୨୬ ଜଣ ପ୍ରତିଯୋଗୀ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ବିଚାରକ ଭାବରେ ବାବାବଳିଆ ମହାବିଦ୍ୟାଳୟ, ବାଇଗଣବାଡ଼ିଆ ର ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଡ଼ ସୁବ୍ରତ କୁମାର ଦାଶ, ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ପ୍ରଶିକ୍ଷକ ଡ଼. ପ୍ରିୟରଞ୍ଜନ ଦାଶ, ଶ୍ରୀରାମଚନ୍ଦ୍ର ଭଞ୍ଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଅଧ୍ୟାପକ ତନୁଶ୍ରୀ ସେନାପତି ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ବହଳଦା ବ୍ଲକ ଅନ୍ତର୍ଗତ ଓଏଭି, ଝାରଗାଁର ଆଲିଶା ପଣ୍ଡା, କୁସୁ୍ମୀ ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁରର କ୍ଷୀରବଧି ତନୟା ମହାନ୍ତି, ରାସଗୋବିନ୍ଦପୁର ବ୍ଲକ ଓଏଭି, ମହୁଲିଆର ଓମଶ୍ରୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି । ବିଜୟୀ ପ୍ରଥମ ପ୍ରତିଯୋଗୀ ଚଳିତ ଅକ୍ଟୋବର ମାସ ୧୫ ତାରିଖ ରେ ଭୂବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ସେମିନାର ଆରମ୍ଭରେ ବିଜ୍ଞାନ ଶିକ୍ଷକ ବସନ୍ତ ଦତ୍ତ, ନୟନ ଗିରି, ଅତସୀ କୁଣ୍ଡୁ ଓ ଶିକ୍ଷକ ଅଜିତ ମହାନ୍ତି ବିଭିନ୍ନ ବ୍ଲକରୁ ଆସିଥିବା କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ କରିଥିଲେ । ଉଦଯାପନୀ ସମାରହରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ ଓ ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଜ୍ଞାନ ଶିକ୍ଷକ ନୟନ ଗିରି ସେମିନାର ସଂଯୋଜନା କରିଥିଲେ । ବିଜ୍ଞାନ କେନ୍ଦ୍ରର ସଂଯୋଜକ ଶତାବ୍ଦୀ ଷଡ଼ଙ୍ଗୀଙ୍କ ସମେତ କେନ୍ଦ୍ରରେ ସମସ୍ତ କର୍ମଚାରୀ ସେମିନାର ସଫଳତା ପାଇଁ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଭୀଷ୍ମଦେବ ମହାନ୍ତ, ମନୋଜ ପାତ୍ର, ମନୋଜ ପରିଡା ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.