ଈଶା ଫାଉଣ୍ଡେସନ ପକ୍ଷରୁ ଟିଟିଲାଗଡ଼ ହାଇସ୍କୁଲ ଖେଳ ପଡିଆରେ ଗ୍ରାମୀଣ ଭାରତୀୟ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଈଶା ଫାଉଣ୍ଡେସନ ପକ୍ଷରୁ ଟିଟିଲାଗଡ଼ ହାଇସ୍କୁଲ ଖେଳ ପଡିଆରେ ଗ୍ରାମୀଣ ଭାରତୀୟ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଟିଟିଲାଗଡ଼ ଭଲିବଲ ଆସୋସିଏସନ୍ ସଭାପତି ଅରୁଣ କୁମାର ସୁବୁଦ୍ଧି, ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଙ୍କଜ ମେହେର, ଭଲିବଲ ଖେଳାଳୀ ଚୈତନ କୁମାର ଜାଲ, ପିଇଟି ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ,ସମ୍ବଲପୁରର ସମାଜସେବୀ ସନ୍ତୋଷ ବାରିକ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ ଅତିଥିମାନେ ଗ୍ରାମୀଣ କ୍ରୀଡା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ କଣ ସେ ବିଷୟରେ କହିଥିଲେ ଯେ, ଗ୍ରାମାଞ୍ଚଳର କ୍ରୀଡାର ବିକାଶ ତଥା ଗ୍ରାମୀଣ ଅଞ୍ଚଳର ଖେଳାଳିଙ୍କ ପ୍ରତିଭା ଜାଣି ତାଙ୍କର ଦକ୍ଷତା ଅନୁସାରେ ରାଜ୍ୟ ତଥା ଜାତୀୟ ସ୍ତରର ଖେଳ ପ୍ରଦର୍ଶନ କରିବେ । ସଭା କାର୍ଯ୍ୟ ଆରମ୍ଭ ହେବା ପରେ ପଡିଆ ଭିତରକୁ ଯାଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଗର୍ଗ, ଦେବରାଜ ଅନ୍ନା, ରିତା ଅକ୍କା, ଶିବାନୀ ଅକ୍କା, ହେମନ୍ତ ଅନ୍ନା ସହଯୋଗ ତଥା ଆୟୋଜନ କରିବାରେ ବୈଷ୍ଣବ କବାଟ ଓ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.