ଚୋରି କରିବା ବେଳେ ଧରା ପଡ଼ିଲା ଚୋର : ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ

ବ୍ରହ୍ମପୁର : ଘରେ ପଶି ଚୋରି କରିବା ବେଳେ ମାଡ଼ି ବସିଲେ ସ୍ଥାନୀୟ ଲୋକେ । ଚୋରକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ । ପରେ ବଡ଼ବଜାର ଥାନା ଜିମା ଦେଲେ । ଚୋର ଜଣକ ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗର ଅଞ୍ଚଳର କହ୍ନେଇ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମପୁର ୱାର୍ଡ- ୧୦ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ରବି ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲା କହ୍ନେଇ । ଘରୁ ଚୋରି କରୁଥିବା ବେଳେ ଚୋରକୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ଚୋରର ହାତକୁ ଦଉଡିରେ ବାନ୍ଧି ନିକଟରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ପିଟିଲେ । ପରେ ବଡବଜାର ଥାନା ଜିମା ଦେଲେ ଲୋକେ ।

jittmm
Leave A Reply

Your email address will not be published.