ଢେଙ୍କାନାଳ : ନାଗସାପ ଚୋଟରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ବାଲିମି ଥାନା ଗାଲପଡ଼ା ଗାଁରେ ଏଭଳି ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ସୁକୁଟୁ ଦଳେଇ (୬୬ ବର୍ଷ) । ସୂଚନାନୁଯାୟୀ, ସୋମବାର ସକାଳ ସାଢେ ୫ଟାରେ ଏକ ନାଗସାପ ସୁକୁଟୁ ଦଳେଇଙ୍କ ଘରେ ପଶି ତାଙ୍କ ପାଦକୁ ଚୋଟ ମାରିଥିଲା । ଫଳରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ନାଗସାପକୁ କାବୁ କରିବା ପାଇଁ ପରିବାର ଲୋକେ ଜାଲ ବିଛାଇ ସ୍ନେକହେଲ୍ପ ଲାଇନକୁ ଡକାଇଥିବା ସୂଚନା ମିଳିଛି । ପୁଲିସ ସୁକୁଟୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
