ppurohit

‘ସଂକଳ୍ପ’ ପ୍ରଶିକ୍ଷଣ ଶିବିର ଉଦଯାପିତ

2nd
  • “ପ୍ରଶିକ୍ଷଣ ନେଲେ ୮୫ ଜଣ ପ୍ରଶିକ୍ଷାର୍ଥୀ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରସ୍ଥାନୀୟ ପିଏମଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟଠାରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପାଞ୍ଚ ଦିନଧରି ଦିଆଯାଉଥିବା ‘ସଂକଳ୍ପ’ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ସମଗ୍ର ଶିକ୍ଷା ଅଭିଯାନ ପେଡାଗୋଜି ବିଭାଗର ସଂଯୋଜିକା ମଧୁସ୍ମିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରର ଉଦଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ମୁଁ କିଏ? ପ୍ରଶ୍ନର ଉତ୍ତର ଖୋଜିବା ସହ ନିଜର ଆଚରଣ ଓ ଉଚ୍ଚାରଣରେ ଶିକ୍ଷକର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ଶିବିରରେ ବଲାଙ୍ଗିର ଜିଲ୍ଲାର ୬୫ଜଣ ଓ ସୋନପୁର ଜିଲ୍ଲାରୁ ୧୯ଜଣ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ । ଶିକ୍ଷକ ରାମଗୋପଲ ଖମାରୀ ଶର୍ମା, ଜନତା ନାଗ, ଅମ୍ବୁଜ ପଟେଲ, ଯଦୁମଣି ବଗର୍ତି, ଅଚ୍ୟୁତା ନନ୍ଦ ସାହୁ, ସତ୍ୟ କୁମ୍ଭାର, ସୁନୀଲ ବେହେରା ଓ ସୁନୀଲ ପାତ୍ର ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟରେ ପିଲାମାନଙ୍କୁ କିପରି ଉନ୍ନତମାନର ଶିକ୍ଷା ଦିଆଯାଇପାରିବ ସେଥିପାଇଁ ୧୯ଟି ମୋଡ଼ୁଲର ଧାରଣା ଦିଆଯାଇଥିଲା । ତନ୍ମଧ୍ୟରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ଶ୍ରେଣୀ ଶିକ୍ଷାରେ ଶିକ୍ଷକଙ୍କ ଭୂମିକା, ଜାତୀୟ ଶିକ୍ଷାନୀତି -୨୦୨୦, ପଞ୍ଚସଖା ସେତୁର କାର୍ଯ୍ୟ, ବିଦ୍ୟାଳୟର ଭିଜନ ପ୍ରସ୍ତୁତି, କ୍ୟାରିଅର କାଉନସିଲିଂ ଆଦି ବିଷୟରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରକାରର କ୍ରିୟାକଳାପ ମାଧ୍ୟମରେ ପ୍ରଶିକ୍ଷାର୍ଥୀ ମାନେ ପ୍ରଶିକ୍ଷଣ ଦେଇଥିଲେ । ଉଦଯାପନୀ ସଭାରେ ଏଡିଇଓ ସେବାଶ୍ରୀ ଭୋଇ, ବିଇଓ ସଇଁତଳା ଦିଲୀପ ଯୋଶୀ, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ନବଘନ ସାହୁ, ଏବିଇଓ ସନ୍ଧ୍ୟାରାଣୀ ଧରୁଆ, ପିଏମଶ୍ରୀ ପି.ଆର ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠି ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।

Leave A Reply

Your email address will not be published.