oom

ବିପଦ ସଂକେତ ତଳେ ସୁବର୍ଣ୍ଣରେଖା : ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ

jsmm

ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ବନ୍ୟାପାଣି କମିଥିବା ବେଳେ ଏବେବି ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କମିନି । ଦୀର୍ଘ ୫ଦିନର ଅଧିକ ସମୟ ହେବ ବାଲିଆପାଳ ବ୍ଲକର ୨୦ରୁ ଅଧିକ ଗାଁର ୧୫ହଜାରରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି । ଜଳେଶ୍ୱର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ଗୁରୁବାର ସକାଳ ୬ଟା ସୁଦ୍ଧା ସତର୍କ ସୂଚନା ତଳେ ପ୍ରବାହିତ ହେଉଛି । ସତର୍କ ସୂଚନା ୯. ୪୫ ମିଟର ଥିବାବେଳେ ୯.୧୭ ମିଟରରେ ପାଣି ପ୍ରବାହିତ ହେଉଛି । ବାଳିଆପାଳ ବ୍ଲକର ଜାମକୁଣ୍ଡା, ଅସ୍ତି, ମଧୁପୁରା, ବାଲିଆପାଳ, ବିଷ୍ଣୁପୁର, ନିଖିରା ଆଦି ୬ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇରହିଛି । ପାଣିର ମାତ୍ରା କମିଛି ହେଲେ ରାସ୍ତା ଉପରେ ୩ରୁ ୪ଫୁଟ ଉଚ୍ଚର ପାଣି ରହିଛି । ଚାଷ ଜମିରେ ମଧ୍ୟ ପାଣି ଜମି ରହିଛି । ଅନେକ ସ୍ଥାନରେ ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ପାରିନି । ଲୋକଙ୍କୁ ଶୁଖିଲା ଖାଦ୍ୟ କିମ୍ବା ପିଇବା ପାଣି ଦିଆ ନଯିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ଆଜି ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହିତ ବନ୍ୟାର ସମୀକ୍ଷା କରିବେ ।

jittmm
Leave A Reply

Your email address will not be published.