p purohi

ଦୀର୍ଘଦିନ ଧରି କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀଙ୍କ ଅନୁଦାନ ପାଇଁ ଧାରଣା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଂଜନ ଦାଶଙ୍କ ଆହ୍ୱାନ କ୍ରମେ ତା୧୮-୦୬-୨୦୨୫ ବୁଧବାର ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ୧୨ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଧାରଣାରେ ଜିଲ୍ଲାର ବିଭିନ୍ନ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ସହିତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା ବେଳେ ସରକାର ସେଥିପ୍ରତି କର୍ଣ୍ଣପାତ କରୁନଥିବାରୁ ସଂଘ ବାଧ୍ୟ ହୋଇ ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନର ଡାକରା ଦେଇଛି ଏବଂ ଭବିଷ୍ୟତରେ ରାଜ୍ୟସ୍ତରରେ ଏକ ବିରାଟ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି । ବଲାଙ୍ଗିର ଜିଲ୍ଲା ସଂଘ ପକ୍ଷରୁ ଅନୁଷ୍ଠିତ ଏହି ଆନ୍ଦୋଳନକୁ ପାଟଣାଗଡ଼ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ, ମୁରିବାହାଲ ଖଣ୍ଡ ସଂଯୋଜକ ଅଂଶୁମାନ ଦାସ, ତୁରେକେଲା ଖଣ୍ଡ ସଂଯୋଜକ ଯୁଗଳ କିଶୋର ପଟେଲ, ଜିତେନ୍ଦ୍ର ଦାସ, ସୁକୁମାର ସାହୁ, ଅବନ୍ତି ପଧାନ, ନିକିତା ବିସି, ଗୁଣସାଗର ଠାକୁର ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.