jittmm
sonalika

ପାଟ୍ରୋଲିଂ ବେଳେ ଅଘଟଣ : ଶିକାରୀ ଗୁଳିରେ ବନକର୍ମଚାରୀ ମୃତ

ଢେଙ୍କାନାଳ : ଶିକାରୀ ଓ ବନକର୍ମଚାରୀ ମୁହାଁମୁହିଁ । ଯେଉଁଥିରେ ଶିକାରୀଙ୍କ ଗୁଳି ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଇନ୍‌ଚାର୍ଜ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଘଟିଛି ଏହି ଅଘଟଣ । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ହିନ୍ଦୋଲ ବନାଞ୍ଚଳରେ ବନକର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଗମୋହନ ପୁର ନିକଟରେ ଶିକାରୀ ସହିତ ସାମ୍ନାସାମ୍ନି ହୋଇଥିଲେ ବନକର୍ମଚାରୀ । ତେବେ ବନକର୍ମଚାରୀଙ୍କୁ ଦେଖି ଗୁଳିଚାଳନା କରିଥିଲେ ଶିକାରୀ । ଯେଉଁଥିରେ ବନକର୍ମଚାରୀ ପ୍ରହଲ୍ଲାଦ ପ୍ରଧାନ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ଘଟଣାର ତଦନ୍ତ କରି ବନବିଭାଗ ଓ ପୋଲିସ ୪ଜଣଙ୍କୁ ଅଟକ ରଖି ଜେରା କରୁଛି । ବାକି ଆଉ କିଏ ସବୁ ଘଟଣାରେ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ।

Leave A Reply

Your email address will not be published.