p purohi

ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ୟଟନ ସ୍ଥଳି ମାନ୍ୟତା ଓ ପୁର୍ନଉଦ୍ଧାର ଦାବି : ଦେବାଳୟ ସୁରକ୍ଷା କମିଟି ଉନ୍ନତି କରଣ ପାଇଁ ୪ କୋଟି ଦାବି କଲା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁନ୍ତଲା ସାଉନ୍ତପୁର ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ଉନ୍ନତିକରଣ ପାଇଁ ଆଜି ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ୭୨୩ ଖ୍ରୀଷ୍ଟାବ୍ଦରେ ମନ୍ଦିର ନିର୍ମାଣ ହୋଇଥିବା ବେଳେ ବହୁ ପୂର୍ବରୁ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିଲା । ସେ ସମୟରେ ଖବର ଘରେ ମାଁ ସାଉନ୍ତେଶ୍ୱରୀ ଦେବୀ ପୂଜା ପାଉଥିଲେ ତଥା ପାଶ୍ୱର ଦେବା ଦେବୀ ପୂଜା ପାଉଛନ୍ତି । ୧୯୪୪ ମସିହା ପୁଣି ନୂତନ ଭାବରେ ମନ୍ଦିର ନିର୍ମାଣ ହୋଇଥିଲା । ବଲାଙ୍ଗିର ଦେବୋତ୍ତର ବିଭାଗରେ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ବେଳେ କେବଳ ଦଶହରାରେ କିଛି ଅର୍ଥ ପ୍ରଦାନ କରି ସୁରକ୍ଷା ଭୁଲି ଯାଇଛି । ଗତ ବର୍ଷ ରାଜ୍ୟ ସରକାର ମନ୍ଦିର ଉନ୍ନତିକରଣ ପାଇଁ ବିଭିନ୍ନ ମନ୍ଦିରକୁ ଅନୁଦାନ ପ୍ରଦାନ କରିଥିବା ବେଳେ ଏହି ଗ୍ରାମର ମନ୍ଦିରକୁ ଟଙ୍କା ଟିଏ ବି ନ ଆସିବାରୁ ଆଜି ଗ୍ରାମବାସୀ ଦେବାଳୟ ସୁରକ୍ଷା କମିଟି ସହ ମନ୍ଦିର ସୁରକ୍ଷା ପାଇଁ ଆଲୋଚନା କରିଥିଲେ । ରେଷୋଇଶାଳ, ମନ୍ଦିର ସୌନ୍ଦର୍ଯ୍ୟକରଣ, ମାଁ ସାଉନ୍ତେଶ୍ୱରୀ ମନ୍ଦିର ଗର୍ଭଗୃହ ଫାଟ ସୃଷ୍ଟି ହୋଇଛି, ଯଜ୍ଞ ମଣ୍ଡପ, ପର୍ଯ୍ୟଟନ ସ୍ଥଳି, ମନ୍ଦିର ପରିସରରେ ଥିବା ପୁଷ୍କରୀଣୀ ପୁର୍ନଉଦ୍ଧାର ଦାବି କରି ୪ କୋଟି ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କୁ ଦାବି ଜଣାଇଛନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ପାଇଁ ଆଜି ବୈଠକରେ ପ୍ରସ୍ତାବ ହୋଇଥିଲା । ଏହି ବୈଠକରେ ମନ୍ଦିରର ପୂଜକ ମାଣିକ୍ୟ ଥନାପତି, ସୁରେନ୍ଦ୍ର ଗଡୁଆ, ଫାଲଗୁନି ଭୋଇ, ଅକ୍ଷୟ ଗିରଗୁନ୍‌, ଶରତ ପଶାୟତ, ଗରିବ ସାହୁ, ସୁରେନ୍ଦ୍ର ପଧାନ, ହିରାଲାଲ ପଧାନ, ମଦନ ପ୍ରଧାନ, ଶୋଭାକର ଭୋଇ, ସୁବାଷ ପଧାନ, କ୍ଷମାନିଧି ବେହେରା, କାହ୍ନୁଚରଣ ପଧାନ ସମେତ ଦେବାଳୟ ସୁରକ୍ଷା କମିଟିର ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.