
ବରଗଡ, (ମୁନ୍ନା ସାହୁ) : ମଣ୍ଡିରେ ଅବ୍ୟବସ୍ଥା ସହ ଦଲାଲରାଜ । ଏନେଇ ବରଗଡ଼ ଯୋଗାଣ ଅଧିକାରୀଙ୍କୁ ଭେଟି ଏହାର ସମାଧାନ ପାଇଁ ଦାବି କଲେ ବରଗଡ଼ର ଚାଷୀ ସୁରେଶ ନିକାଣ୍ଟି । ଗୁରୁବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବରଗଡ଼ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଧାନ ବହୁ ଧୀରେ ଉଠୁଥିବା ବେଳେ କୁରୁଆଁ ମାର୍କେଟ ୱାର୍ଡରେ ବସ୍ତା ପ୍ରତି ୫୦ ଟଙ୍କା ମିଲର୍ସ ଏଜେଣ୍ଟ ନେଉଥିବା ଅଭିଯୋଗ ହୋଇଛି । ତେବେ ଏହି ସବୁ ଅବ୍ୟବସ୍ଥା ସହ ଏହାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି ।