
ଭୁବନେଶ୍ୱର : ବିଦେଶରେ ଚାକିରି ସହ ମୋଟା ଅଙ୍କର ଦରମା ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଠକୁଥିଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଷ୍ଣୁ ପ୍ରସାଦ ପଟ୍ଟନାୟକ । ଏନେଇ ଠକେଇର ଶିକାର ହୋଇଥିବା ଯୁବକମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ତାଙ୍କୁ ଖୋଜୁଥିବା ଜାଣି ୭ ବର୍ଷ ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ । ଜାଲ୍ ପାସପୋର୍ଟରେ କମ୍ୱୋଡିଆ ଦେଶରେ ରହୁଥିଲା ଅଭିଯୁକ୍ତ । ତେବେ ୨୧ ତାରିଖରେ ଲୁଚି କରି ଘରକୁ ଫେରୁଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ଟିମ୍ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ୨୦୧୮ ମସିହାରେ ରାୟଗଡ଼ାର ଜଣେ ବ୍ୟକ୍ତିଙ୍କୁ ବିଦେଶୀ ଉଡ଼ାଜାହାଜ କମ୍ପାନିରେ ଚାକିରି ଦେବାକୁ କହି ୯୦ ଲକ୍ଷ ଓ ଅନ୍ୟ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପରେ ତା ନାଁରେ ଏକାଧିକ ଅଭିଯୋଗ ଆସିଥିଲା । ଫେରାର ପରେ ୨୦୧୯ରୁ ତା’ ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ବି ରହିଛି । ୭ ବର୍ଷ ହେବ ଦେଶରୁ ଫେରାର ହୋଇ ଜାଲ୍ ପାସପୋର୍ଟରେ କମ୍ୱୋଡିଆ ଦେଶରେ ରହୁଥିଲା । ହେଲେ ଗତ ୨୧ ତାରିଖରେ ଲୁଚିକି ଘରକୁ ଫେରୁଥିବା ବେଳେ ଭୁବନେଶ୍ୱରରୁ ଗିରଫ ହୋଇଛି ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ । ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କ୍ରାଇମ୍ ବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।