
ଗଜପତି : ଓଲଟିଲା ଯାତ୍ରୀବାହୀ ବସ୍ । ଯାତ୍ରୀ ଗୁରୁତର । ଗଜପତି ଜିଲ୍ଲା ମାରଲବା ଘାଟିରେ ଏକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଏକ ଘରୋଇ ବସ୍ ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଆସୁଥିଲା । ଏହି ସମୟରେ ମାରଲବା ଘାଟିରେ ଦୁର୍ଘଟଣା ଘଟିଥିଲା । ବସ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା । ଯେଉଁଥିରେ ଏକାଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି ।