ବଲାଙ୍ଗିର, (କେପିଏନ୍ଏସ୍) : ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସକାଳ ସାଢେ ୭ଟା ସମୟରେ ସଦର ଥାନା ପଛ ପଟେ ଥିବା ଯୋଗ କେନ୍ଦ୍ରରେ ସ୍ଵାସ୍ଥ୍ୟ ପରୀକ୍ଷକ ପ୍ରକାଶ କୁମାର ଦାସ ଏବଂ ସ୍ଵାସ୍ଥ୍ୟ ପରୀକ୍ଷା ସଂଗୀତ ପଟେଲ ଦ୍ୱୟ ଓଜନ, ରକ୍ତଚାପ ଓ ମଧୁମେହ ଜନିତ ରୋଗ ଉପରେ ଚିକିତ୍ସା କରି ଲୋକ ତଥା ଜନସାଧାରଣ ମାନଙ୍କୁ ଠିକ୍ ସମୟରେ ଖାଦ୍ୟ ପାନୀୟ ନିୟମିତ ଯୋଗ ପ୍ରାଣାୟାମ ଶାରୀରିକ ପରିଶ୍ରମ କରିବା ଆଦି ସ୍ୱାସ୍ଥ୍ୟ ଉପରେ ଅନେକ ଗୁଡ଼ିଏ ସ୍ଵାସ୍ଥ୍ୟ ସଂପର୍କିତ ଅଭିଯୋଗ ଶୁଣି ଉଚିତ୍ ପରାମର୍ଶ ପ୍ରଦାନ କରି ଥିଲେ ପ୍ରକାଶ କୁମାର ଦାସ ଓ ଶ୍ରୀମତୀ ସଂଗୀତ ପଟେଲ, ନାମ ପଞ୍ଜୀକୃତ କରୁଥିବା ଅନ୍ୟତମ ସମାଜସେବୀ ଜୟକୃଷ୍ଣ ମେହେର । ସମସ୍ତ ଯୋଗୀ ପ୍ରେମୀ ତଥା ଅନ୍ୟତମ ଜନସାଧାରଣ ମାନେ ଯୋଗ ସଂଗଠନ ତରଫରୁ ଆରମ୍ଭ କରାଯାଇ ଥିବା ସ୍ଵାସ୍ଥ୍ୟ ସଂପର୍କିତ ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରୁଥିଲେ । ଆଖପାଖ ଅଞ୍ଚଳରେ ଥିବା ଲୋକ ମାନଙ୍କୁ ଶାରୀରିକ ସଚେତନ କରାଇବା ଉର୍ଦ୍ଦେଶରେ ଯୋଗ କେନ୍ଦ୍ରକୁ ଆସି ନିଜନିଜ ମଧ୍ୟରେ ଥିବା ଅସୁବିଧା ବିଷୟରେ ଜଣାଇବା ସହ ତାର ଉପଚାର କରିବା ସଙ୍ଗେ ନିଜେ ପରୀକ୍ଷଣ ହୋଇ ଯିବା ପାଇଁ ଲୋକ ମାନଙ୍କୁ ସଂଗଠନ ପକ୍ଷରୁ ସଭାପତି ଆନନ୍ଦ ଚନ୍ଦ୍ର ବେହେରା ପ୍ରବର୍ତ୍ତାଉ ଥିଲେ । ଶେଷରେ ସଂପାଦକ ଯୁକ୍ତ ଲକ୍ଷ୍ମଣ ମିଶ୍ର ଅନୁଷ୍ଠାନର ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିବାରୁ ଧନ୍ୟବାଦ୍ ଦେଇ ଆଜିକାର କାର୍ଯ୍ୟକ୍ରମକୁ ସ୍ଥଗୀତ ରଖି ଥିଲେ ।