oom

ବରିହାପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବରିହାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜପ ରଣାଙ୍କ ଅଧ୍ୟକ୍ଷତାରେ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି, ବରଗଡ ସାଂସଦ ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା ଅଧ୍ୟାପକ ସୁଶାନ୍ତ ମିଶ୍ର, ଅନ୍ୟତମ ସମ୍ମାନିତ ଭାବେ ପଦ୍ମପୁର ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ବିଦ୍ୟାଳୟର ପୂର୍ବତନ ଗୁରୁଜନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ସମସ୍ତ ଅତିଥି ଗଣ ମିଳିତ ଭାବେ ବିଦ୍ୟାଳୟ ଶତବାର୍ଷିକୀ ଉପଲକ୍ଷେ ପ୍ରକାଶିତ ସ୍ମରଣିକା ନିର୍ଝରଣୀ ଉନ୍ମୋଚନ କରିଥିଲେ ସେହିପରି ସକାଳ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ବିଜ୍ଞାନ ଶିକ୍ଷା ନିରୀକ୍ଷକ ଧୀରଜ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଶିକ୍ଷା ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀ, ଗ୍ରାମର ଗୌନ୍ତିଆ ନିରଦ ରଞ୍ଜନ ସାହୁ, ମୁଖ୍ୟ ବକ୍ତା ଭାବେ ନବ ପ୍ରଭାତ ଗୁରୁକୁଳ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ ଯୋଗଦାନ କରି ଥିବା ଶତବାର୍ଷିକୀ ସମାରୋହ କମିଟି ସଭାପତି ରବିଶଙ୍କର ପ୍ରଧାନ ମଂଚାସୀନ ଥିଲେ । ମଞ୍ଚାସୀନ ସମସ୍ତ ଅତିଥି ଗଣ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା ସହ ବିଦ୍ୟାଳୟର ଶିକ୍ଷାର ଅଗ୍ରଗତି ପାଇଁ ମହତ ଉପଦେଶ ପ୍ରଦାନ କରିଥିଲେ । ଏଥିସହ ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ସମସ୍ତ ଗୁରୁଜନଙ୍କୁ ପୂଜ୍ୟ ପୂଜା ସହ ଗୁରୁମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ବଲପୁର ନେତାଜୀ ସୁବାଷ ବୋଷ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତା ପୁରାତନ ଛାତ୍ରୀ ମିଲି ସାହୁ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟରତ ଥିବା ମନୋଜ କୁମାର ସାହୁ, ଓଡିଶା ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ଅର୍ଜୁନ କୁମାର ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ କାର୍ଯ୍ୟରତ ବୈଷ୍ଣବ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ ଏବଂ ଅଧିବେଶନ ଶେଷରେ ପୁରାତନ ଛାତ୍ର ତଥା ଶିକ୍ଷକ କୁବେର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟାନ୍ୟ ପୁରାତନ ଛାତ୍ରଛାତ୍ରୀ ଓ ସଦସ୍ୟ ଗଣ ମହୋତ୍ସବର ସଫଳତା ପାଇଁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.