କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଉଦଳା : କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ସୋମବାର ସକାଳୁ ଉଦଳା ଥାନା ଚୁଳିଆପୋଷି ଗ୍ରାମରେ ସ୍ଥାନୀୟ ଲୋକେ କେନାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତକ ଜଣକ ଉପରଖୁଣ୍ଟାପାଳ ଗ୍ରାମର ବାଦଲ ମହାକୁଡ଼ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଉଦଳା ଥାନା ଉପରଖୁଣ୍ଟାପାଳ ଗ୍ରାମର ବାଦଲ ମହାକୁଡ଼ ଚୁଳିଆପୋଷି ଗ୍ରାମରେ ଥିବା ତାଙ୍କ ଶଳାଙ୍କ ଘରକୁ ବୁଲିବାକୁ ଆସିଥିଲେ । ସୋମବାର ସକାଳୁ ସ୍ଥାନୀୟ ଲୋକେ ବାଦଲଙ୍କ ମୃତଦେହ ଗ୍ରାମ କେନାଲରେ ଦେଖିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ବାଦଲଙ୍କୁ କେହି ହତ୍ୟାକରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.