ପାରାଦ୍ୱୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ପାଇଁ ବିଶ୍ୱସ୍ତରୀୟ ଆଇଏଫ୍‌କ୍ୟୁ ଆହ୍ୱାନ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପର ସଂକ୍ରାନ୍ତ କ୍ୟାବିନେଟ କମିଟି ଦ୍ୱାରା ଅନୁମୋଦନ ହେବାର ୪ଦିନ ମଧ୍ୟରେ ପାରାଦ୍ୱୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଆଭ୍ୟନ୍ତରିଣ ପୋତାଶ୍ରୟର ଗଭୀର ଖନନ ଓ ଉନ୍ନତିକରଣ ପାଇଁ ବିଶ୍ୱସ୍ତରୀୟ ଆଇଏଫ୍‌କ୍ୟୁ (ଯୋଗ୍ୟତା ପାଇଁ ଅନୁରୋଧ) ଆହ୍ୱାନ କରିଛି । ଏହି ପ୍ରକଳ୍ପ ସରକାରୀ ଓ ଘରୋଇ ସହଭାଗିତା ଭିତ୍ତିରେ ନିର୍ମାଣ, ପରି•ଳନା ଓ ହସ୍ତାନ୍ତର ଆଧାରରେ କାର୍ଯ୍ୟକାରୀ କରାଯିବ । ଟେଣ୍ଡର ଦାଖଲର ଶେଷ ତାରିଖ ୧୮ ଫେବୃଆରୀ ୨୦୨୧ ଦିବା ୧୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଏହାର ସମସ୍ତ ବିବରଣୀ ପାରାଦ୍ୱୀପ ବନ୍ଦର ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଟେ । ତେବେ ଦୁଇଟି ପର୍ଯ୍ୟାୟରେ ପ୍ରସ୍ତାବିତ ପ୍ରକଳ୍ପ ବାର୍ଷିକ ୨୫ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାରରେ ସହାୟକ ହେବ । କେପ୍ସ (ବୃହତ) ଆକାରର ଜାହାଜ ଗୁଡିକ ପରି•ଳନା ପାଇଁ ଏହା ସୁବିଧା ଯୋଗାଇବ । ଦକ୍ଷ ଆବେଦନକାରୀଙ୍କୁ କ୍ଷୁଦ୍ର ତାଲିକା କରିବା ପାଇଁ ଏହି ଆର୍‌ଏଫ୍‌କ୍ୟୁର ଆହ୍ୱାନ କରାଯାଇଥିବାର ପାରାଦ୍ୱୀପ ବନ୍ଦର ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରୁ ପ୍ରକାଶ ।

Leave A Reply

Your email address will not be published.