ସୁବର୍ଣ୍ଣପୁର ନଈପଠାରେ ଜମୁଛି ବ‌ନ୍ଧୁ ମିଳନ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ନୂଆଁବର୍ଷର ପ୍ରଥମ ସକାଳରୁ ସୁବର୍ଣ୍ଣପୁର ମହାନଦୀ ଶଯ୍ୟାରେ ଆରମ୍ଭ ହୋଇଥିବା ନଈଭୋଜି ଓ ବଂଧୁମିଳନ କାର୍ୟ୍ୟକ୍ରମ ବେଶ୍ ଜମି ଜମି ଆସୁଛି । ବିନିକାଠାରୁ ବୌଦ୍ଧ ପର୍ୟ୍ୟନ୍ତ ପାଖପାଖି ଶହେ କିଲୋମିଟର ବ୍ୟାପି ମହାନଦୀର ବିସ୍ତୀର୍ଣ୍ଣ ନଦୀଶଯ୍ୟା, ନଈଭୋଜି ଆସରରେ ଉତ୍ସବମୁଖର ହୋଇଉଠିଛି । ଆଜି ମହାନଦୀର ଲଂକେଶ୍ବରୀ ଗଣ୍ଡର ଚିରାବାଲି କୁଦରେ ଏକ ପାରିବାରିକ ବନ୍ଧୁ ମିଳନ ଓ ନିଆରା କବିତା ସମାରୋହ ନଦୀଗୀତ-୨୦୨୧ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡକ୍ଟର ଦେବାଶିଷ ପାଣ୍ଡିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାରସ୍ବତ ସମାରୋହରେ କବି ଡକ୍ଟର ସୌରଭ ରଂଜନ ଖମାରୀ, ଗବେଷକ ତଥା ଅନୁବାଦକ ସୁକୋମଳ ଦାଶ, କବି ବିରଂଚି ନାରାୟଣ ଦରୱାନ ଅତିଥି ଭାବେ ଯୋଗଦେଇ ମହାନଦୀ ଓଡିଶାର ଜନ ଜୀବନ ଓ ସଭ୍ୟତାକୁ ଏକ ଭିନ୍ନ ପରିଚୟ ଦେବା ସହ ସାରସ୍ବତ ସୃଷ୍ଟିକୁ ଜୀବନ୍ୟାସ ଦେଇଛି ବୋଲି ଆଲୋକପାତ କରିଥିଲେ । ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ସଂଯୋଜନାରେ କବି ଶ୍ୟାମାଓଁ ପ୍ରସାଦ ମିଶ୍ର, ସଂଜୀବ ନାୟକ, ପ୍ରଭୁଦତ୍ତ ରଥ, ଅମ୍ବୁଜ ବିହାରୀ ଶତପଥୀ ଓ ବେଣୁଧର ପ୍ରଧାନ ପ୍ରମୁଖ ଯୋଗଦେଇ ମହାନଦୀ – ପ୍ରକୃତି ଓ ପ୍ରେମ – ଜୀବନକୁ ନେଇ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ଡକ୍ଟର ସଂଗୀତା ରଥଙ୍କ କବିତା ବହି ‘ପ୍ରୀତି ପାର୍ବଣ’ ଓ କବି ବିରଞ୍ଚି ନାରାୟଣ ଦରୁଆନଙ୍କ ‘ସମାନ୍ତର ପ୍ରେମସ୍ବର’ ଲୋକାର୍ପିତ ହୋଇଥିଲା ।

jittmm
Leave A Reply

Your email address will not be published.