pakka

ସୀତା ବିବାହ ସହ ଶ୍ରୀରାମ ନବମୀ ଉତ୍ସବ ଉଦ୍‌ଯାପିତ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଗ୍ରାମରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀରାମ ନବମୀ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ସୀତା ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଖପ୍ରାଖୋଲ ଅଂଚଳ ଉତ୍ସବ ମୁଖର ହୋଇପଡିଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଗ୍ରାମବାସୀ ବାଜାବଜାଇ, ବାଣ ଫୁଟାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନିଜ ନିଜ ଘର ସମ୍ମୁଖରେ ଗ୍ରାମବାସୀ କଳସ ସ୍ଥାପନ କରି ଚାରିଭାଇଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଜନତା ଠିଆ ହୋଇ ସ୍ୱାଗତ କରିଥିଲେ । ଶୋଭାଯାତ୍ରା ସ୍ଥାନୀୟ ପ୍ରହରୀ ମଣ୍ଡପଠାରେ ପହଂଚିବା ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରଂ ପିତାମାତା ଭାବେ କାହ୍ନୁ ଥନାପତି ଏବଂ ତାଙ୍କ ପତ୍ନୀ, କନ୍ୟା, ପିତା, ମାତା ଭାବେ ଅଚ୍ୟୁତ ପଧାନ ଓ ବୃନ୍ଦାବତୀ ପଧାନ ବିବାହ ଉତ୍ସବରେ ଯୋଗଦେଇଥିଲେ । ପୁରୋହିତ ରମେଶ ଦାଶ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏକାଦଶୀ କମିଟି ଏବଂ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଉତ୍ସବ ଆୟୋଜିତ ହୋଇଥିବା ବେଳେ ବଜରଙ୍ଗି ଦଳ ସହଯୋଗ କରିଥିଲେ । ଶୁଭମ୍‌, ଆଜାଦ, ପି. ଏସ୍‌. କୁମାର, ଧନଞ୍ଜୟ ପ୍ରମୁଖ ଶିଶୁ କଳାକାରଙ୍କ ସହିତ ଉଗ୍ରେସନ ପଧାନ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏକାଦଶୀ କମିଟି ସଭାନେତ୍ରୀ ସୁଷମା ବାରିକ, ସମ୍ପାଦିକା ନିଦ୍ରାବତୀ ଭୋଇଙ୍କ ସମେତକମିଟି ସଦସ୍ୟା ବୈଦେହୀ ରାଉତ, ହାରା ରାଉତ, ସର୍ବ ଦଣ୍ଡସେନା, ପୁରନ ସାହୁ, ବିଜୁ ବାରିକ, ହୃଷିକେଶ ବେହେରା, ତେଜରାଜ ଦଣ୍ଡସେନା, ସନ୍ତୋଷ ପଧାନ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପର୍ଶୁରାମ ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଥିବା ବେଳେ ଖପ୍ରାଖୋଲ ଅଂଚଳର ଦୋକାନୀ ତଥା ସାଧାରଣ ଜନତା ଦକ୍ଷିଣା ପ୍ରଦାନ କରିଥିଲେ । ପରେ ସ୍ଥାନୀୟ ଖେଳପଡିଆଠାରେ ଅଗ୍ନି ସଂଯୋଗ କରାଯାଇ ତାଡକା ବଦ୍ଧ ଅନୁଷ୍ଠିତ ହୋଇଥିଲା । ଶହ ଶହ ସଂଖ୍ୟାରେ ଜନସାଧାରଣ ଏହାକୁ ଦେଖିବାକୁ ଭିଡ ଲଗାଇଥିଲେ । ରାମ ନବମୀ ଦିନ କଳସଯାତ୍ରା ହେବା ସହିତ ଉତ୍ସବ ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରତ୍ୟେହ ପୁରାଣ ପାଠ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

jay balangir
Leave A Reply

Your email address will not be published.

18 + nineteen =

error: Content is protected !!