pakka

ଲୋକ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ କହିଲେ କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ବାଗ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିରେନ୍ଦ୍ର ବାଗ । ଦୀର୍ଘ ୧୦ ବର୍ଷ ଧରି ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟିକା ତଥା ମନ୍ତ୍ରୀ ଭାବେ ଶ୍ରୀମତି ଟୁକୁନି ସାହୁ ନିର୍ବାଚିତ ହୋଇ ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି କିନ୍ତୁ ଆଜିବି ସାଧାରଣ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଆଜିବି ଗ୍ରାମମାନଙ୍କୁ ପିଇବା ପାଣି ପହଞ୍ଚି ପାରିନାହିଁ, ରାସ୍ତା ଘାଟ ନିର୍ମାଣ ହେଉଛି କିନ୍ତୁ କିଛି ଦିନ ପରେ ଯେଉଁ ଅବସ୍ଥାକୁ ସେଇ ଅବସ୍ଥା। ଶହ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଯୋଜନା ଆସୁଛି କିନ୍ତୁ ସଫଳ ରୂପାୟନ ହୋଇ ପାରୁ ନାହିଁ କାହିଁକି ? ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ଯେତେ ବି ଫାଇବଟି ସ୍କୁଲ ରୁପାନ୍ତିକରଣ କାମ ହୋଇଛି ସେହି ଅଞ୍ଚଳର ଲୋକଙ୍କ ପ୍ରତିକ୍ରିୟା ଆମେ ପାଉଛୁ ସବୁ କେବଳ ଠିକାଦାର ପୋଷା ନୀତି ହୋଇଛି, ତାହେଲେ ବିକାଶ କାହାର ହୋଇଛି ? ଆଗକୁ ଭୋଟର ତାହାର ଜବାବ ଦେବେ । ମୁଁ ଜଣେ ସାଧାରଣ ନାଗରିକ, କଂଗ୍ରେସ ଦଳ ମୋ ଉପରେ ଭରସା ରଖି ମୋତେ ପ୍ରାର୍ଥୀ କରିଛି, ଆଗରୁ ଗରିବ ସେନାର ସଭାପତି ଭାବେ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଇଁ କାର୍ଯ୍ୟ କରିଆସୁଥିବା ମୋର ସେହି ସେନା, ତଥା ମୋ ଦଳର କର୍ମୀ, ନେତା, ମୋର ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଡିଏଭି ମହାବିଦ୍ୟାଳୟରୁ ସାଙ୍ଗ ସାଥୀଙ୍କ ସହଯୋଗ ସମର୍ଥନରେ ପୂର୍ବରୁ ତିନି ତିନି ଥର ସଭାପତି ଭାବେ ବିଜୟୀ କରିଥିବା ସମସ୍ତ ଭୋଟରଙ୍କ ଆଶୀର୍ବାଦ ପୁଣି ଲୋଡ଼ିବି । କାରଣ ଆଜି ଯାଏଁ ସମସ୍ତଙ୍କ ସହ ସୁସମ୍ପର୍କ ବଜାୟ ରଖିଚି । ଲୋକଙ୍କ ସମର୍ଥନ ମିଳୁଛି, ଏହି ନିର୍ବାଚନ ମଣ୍ଡଳୀ ପାଇଁ ସୁଯୋଗ ଦେଲେ ନିଶ୍ଚୟ କାମ କରିବି । ଲୋକଙ୍କୁ ଭୋଜି ଦେବା ପାଇଁ କି ଭୋଟ୍‌ ହାତେଇବା ପାଇଁ ଟଙ୍କା ବଳ ନାହିଁ ଯଦି କିଛି ଅଛି ତାହେଲେ ସେ ହେଉଛି ଲୋକଙ୍କ ପାଇଁ ସହଯୋଗ ଆଉ ଭଲ ପାଇବା । ମୋ ବିରୁଦ୍ଧରେ ଦୁଇ ଦଳର ପ୍ରାର୍ଥୀ ଅଛନ୍ତି, ଯିଏ ଉପଯୁକ୍ତ ତାଙ୍କୁ ଭୋଟ୍‌ ଦିଅନ୍ତୁ, ଭୋଟର ସଚେତନ ହେଲେଣି ତାଙ୍କୁ ଭୁଆଁ ବୁଲେଇବା କଷ୍ଟକର । ସେଥିପାଇଁ ମୋର ଦୃଢ଼ ବିଶ୍ୱାସ ଯେ ଏଥର ପରିବର୍ତ୍ତନ ସୁନିଶ୍ଚିତ । କଂଗ୍ରେସ ଆସୁଚି ବୋଲି ଶ୍ରୀ ବାଗ କହିଛନ୍ତି ।

Leave A Reply

Your email address will not be published.

six + nine =