
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଛକଠାରେ ଥିବା ହନୁମାନ ମନ୍ଦିର ପରିସରରେ ବଜରଙ୍ଗବଳି ଟ୍ରଷ୍ଟ ତରଫରୁ ହନୁମାନ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପୂଜାପାଠ, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ୭ ଜଣ କର୍ତ୍ତା ସସ୍ତ୍ରିକ କାର୍ଯ୍ୟ ସମ୍ପାଦନ୍ କରିଥିବା ବେଳେ ପୂଜକ ରୂପେ ସହଦେବ ମିଶ୍ର ଓ ସନ୍ତୋଷ ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ରାମାୟଣ, ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପଣା ବଣ୍ଟନ ସହ ମାଗଣା ଅର୍ଣ୍ଣଭୋଗ ବଣ୍ଟନ କରାଯାଇଥିଲା । ଟ୍ରଷ୍ଟ ସଭାପତି ପ୍ରମୋଦ କୁମାର ବାଗ, ସମ୍ପାଦକ ସଞ୍ଜୟ ବାରିକ, ଉପେନ୍ଦ୍ର ଭୋଇ, ଗୋପାଳ ମେହେର, ନିରାକାର ନିଆଲ, କାହ୍ନା ଥନାପତି, ପୁରନ୍ଦର ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର, ସନ୍ତୋଷ ଗଡତ୍ୟା, ସୁଶାନ୍ତ ଦାଶ, ଆକାଶ ମଣ୍ଡଳ, ସୁଶାନ୍ତ ପଧାନ, ବାଳଗୋପାଳ ଦାଶ, ଜୟମଙ୍ଗଳ ରାଉତଙ୍କ ସମେତ ଟ୍ରଷ୍ଟର ସମସ୍ତ ସଦସ୍ୟ ସମେତ ଖପ୍ରାଖୋଲ, ଭେଲୁଆଁଖୋଲ୍, ଗୁଣ୍ଡୁରୁପାଲି, ଚାଉଲବାଞ୍ଜି, କପସିପାଲି ପ୍ରମୁଖ ଗ୍ରାମର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

