pakka

ପରଲୋକରେ ଲକ୍ଷ୍ମୀନାରାୟଣ ବେହେରା

bbehera

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପୋଡ଼ାଗୁଡା ଗ୍ରାମର ଖମାର ପଡ଼ାଠାରେ ଅବସ୍ଥିତ ଲକ୍ଷ୍ମ ନାରାୟଣ ବେହେରାଙ୍କ ରବିବାର ପୂର୍ବାହ୍ନରେ ନିଜସ୍ଵ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବେହେରା ଅନେକ ଦିନରୁ ପୀଡ଼ିତ ଥିବା ବେଳେ ତାଙ୍କ ମୃତ୍ୟୁ ବେଳକୁ ୮୦ବର୍ଷ ବୟସ ହୋଇଥିଲା । ଛାତ୍ରାବସ୍ଥାରୁ ଜଣେ ବାଗ୍ମୀ ଓ ସଂଗଠକ ଭାବରେ ନିଜର ପରିଚୟ ରଖି ଆସିଥିବା ବେଳେ ଜୀବନର ଅନେକ ସମୟ ଗୋ ସମ୍ପଦର ସୁରକ୍ଷା ଓ ଗୋ ସେବାରେ ନିଜକୁ ନିୟୋଜିତ ରଖୁଥିଲେ । ମୃତ୍ୟୁ ବେଳକୁ ସମସ୍ତ ପରିବାର ସାଙ୍ଗକୁ ବନ୍ଧୁ, କୁଟୁମ୍ବ ମଧ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ବେହେରାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅନେକ ଲୋକ ଶେଷ ଦର୍ଶନ ପାଇଁ ଆସି ଶବଧାରରେ ସାମିଲ ହୋଇଥିଲେ । ତାଙ୍କର ତିନି ପୁଅ ଦିଲ୍ଲୀପ, ଅରୁଣ, ସୁଧୀର ଉପସ୍ଥିତ ଥିବା ବେଳେ ଦିଲ୍ଲୀପ ଓ ଅରୁଣ ମୂଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

five × 3 =

error: Content is protected !!