jayashree

ହାପି ମୋମେଣ୍ଟସର ଆଲୋଚନା ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ସ୍ଥାନୀୟ ଏନ୍ଆଇଟିର ଡ଼. ଅବ୍‌ଦୁଲ୍‌ କଲାମ ଇନୋଭେସନ୍‌ ସେଣ୍ଟରଠାରେ ପାଳନ କରିଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ପ୍ରଗତି ପଥରେ ଓଡ଼ିଶା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର ଉମା ମହେଶ୍ୱର ରାଓ କର୍ଣ୍ଣମ, ସମ୍ମାନିତ ଅତିଥି ଭାବେ ଏନ୍ଆଇଟିର ଡିନ୍ ପ୍ରଫେସର ସିଦ୍ଧାର୍ଥ ଜେନା, ପ୍ରଫେସର ଦିଲ୍ଲୀପ କୁମାର ବିଶୋଇ, ସମାଜସେବୀ କମଳ ଅଗ୍ରୱାଲ, ଇଂ ସାଗର ମହାନ୍ତି, ବେଦବ୍ୟାସ ଗୁରୁକୂଳ ଆଶ୍ରମର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଓଡ଼ିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି, ସାହିତ୍ୟ ତଥା ପଣା ସଂକ୍ରାନ୍ତିର ଆଭିମୁଖ୍ୟ, ପ୍ରକୃତି, ବିକୃତି ଓ ସଂସ୍କୃତି ସମ୍ପର୍କରେ ଓ ଦେଶ ଆଗକୁ ବଢ଼ିବାକୁ ହେଲେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା, ପ୍ରକୃତି କିପରି ବିଜ୍ଞାନର ଗନ୍ତାଘର ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସହରର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ଯଥା ଶୁଭମ୍ ମିନେରାଲ୍‌ର ଅଧ୍ୟକ୍ଷ ଇଂ ଆର୍. ପି. ଗୁପ୍ତା, ଦନ୍ତ ଚିକିତ୍ସକ ଡା. ଦେବାଶିଷ ସାମଲ, ସମାଜସେବୀ ବିରେନ୍ଦ୍ର ନାଥ ରଥ, ଲାୟନ ମମତା ଗୌତମ, ଅନିତା ଅଗ୍ରୱାଲ, ଇନ୍ଦିରା ନାୟକ, ପ୍ରତିମା ରାଉତ, ବବିତା ମହାରଣା, ଶିକ୍ଷାବିତ ଇ. ଚୈତନ୍ୟ, ଟିଭି ସଂଯୋଜିକା ସ୍ୱେତା ଉପାଧ୍ୟାୟ, ନୃତ୍ୟଶିଳ୍ପୀ ଡ. ମୃତ୍ୟୁଞ୍ଜୟ ବାସା, କବି ଉପେନ୍ଦ୍ର ବସ୍ତିଆ ପ୍ରମୁଖଙ୍କୁ ଉତ୍କଳ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପରିଚାଳନାରେ ସହ ପ୍ରତିଷ୍ଠାତା ରବର୍ଟ ହାଇଫିଲ, ଦିବାକର ଦାସ, ସତ୍ୟମ୍ ମୋଦକ, ରଞ୍ଜନ ସାହୁ, ମୋହନ ପଟ୍ଟନାୟକ, ସସ୍ମିତା ପ୍ରଧାନ, ସୁନ୍ଦର ସାହୁ, ଲିତାଞ୍ଜଳୀ ପତି, କାମିନୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ରେଖା ଗୁପ୍ତା ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!