pakka

ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀରେ ରାଉରକେଲା ମଜଦୁର ସଭାର ଶ୍ରଦ୍ଧାଞ୍ଜଳି

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ମହାବିଷୁବ ସଂକ୍ରାନ୍ତିରେ ରାଉରକେଲା ମଜଦୁର ସଭା ପକ୍ଷରୁ ମହାନ ରାଷ୍ଟ୍ରନାୟକ, ଦେଶର ସମ୍ବିଧାନ ପ୍ରଣେତା, ଭାରତରତ୍ନ ତଥା ଦଳିତ, ନିଷ୍ପେସିତ ଜନତାଙ୍କ ସ୍ୱାର୍ଥ ରକ୍ଷା ନେଇ ଜୀବନ ବ୍ୟାପି କାର୍ଯ୍ୟ କରିଥିବା ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳନ କରାଯାଇଥିଲା । ଏଥିନେଇ ରାଉରକେଲା ମଜଦୁର ସଭାର କର୍ମକର୍ତ୍ତା ଓ କର୍ମୀମାନେ ବହୁ ସଂଖ୍ୟାରେ ସକାଳ ୮ଟା ସମୟରେ ସ୍ଥାନୀୟ ୭/୧୭ ଛକରେ ଥିବା ବାବା ସାହେବ୍‌ଙ୍କ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ପୁର୍ଣ୍ଣ୍ୟଆତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ୟୁନିୟନର ସଭାପତି ଶଶଧର ନାୟକ, କାର୍ଯ୍ୟକାରୀ ସଭାପତି ଅସିତ ଦାସ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ, ଉପସାଧାରଣ ସମ୍ପାଦକ ଖଗେନ୍ଦ୍ର ବେହେରା, ପୂର୍ବତନ ସଭାପତି ତଥା ଉପଦେଷ୍ଟା ପ୍ରଭାକର ଚମ୍ପତିରାୟ, ବିରଷ୍ଠ ଶ୍ରମିକ ନେତା ତଥା ଏନ୍ଏସ୍‌ପିସିଏଏ୍‌ର ସଭାପତି ହରେକୃଷ୍ଣ ପାଢ଼ୀ, ଉପସଭାପତି କଳାକାର ସାହୁ, ସିଦ୍ଧେଶ୍ଵର ବଳ, ପତିତପାବନ ଜେନା, ଦିଲ୍ଲୀପ କୁମାର ଜେନା, ସତ୍ୟାନନ୍ଦ ବେହେରା, ସୋମନାଥ ସ୍ୱାଇଁ, ନୃପାନନ୍ଦ ନାୟକ, ବଂଶୀଧର ବିଶ୍ୱାଳ, ଅଜୟ କୁମାର ଦାସ, ଭ୍ରମରବର ବେହେରା, ଆର. ସି. ମହାରଣା, ଦୁଷ୍ମନ୍ତ ଦାସ, ଶ୍ରବଣ କୁମାର ଦଳାଇ, ସରୋଜ କୁମାର ରାଉଳ, ରଞ୍ଜିତ କୁମାର ନାୟକ, ଶରତ ଜେନା, ନିରଞ୍ଜନ ଧଳ, ଶ୍ରୀକାନ୍ତ ପାତ୍ର, ମାନସ ପଟ୍ଟନାୟକ, ମନୋଜ ଦାସ, ପଙ୍କଜ ସ୍ୱାଇଁ, କେ. ସି. ନାୟକ, ଆଲୋକ ରଂଜନ ବୋଷ, ମଧୂସୁଦନ ପୃଷେଟ, କାଳନ୍ଦୀ ଗୋଛୟତ, କୃଷ୍ଣଚନ୍ଦ୍ର ପଣ୍ଡା, ଅମର ମହାନ୍ତି ଓ ଅନ୍ୟାନ୍ୟ ବହୁ କର୍ମୀ ବାବା ସାହେବ୍‌ ଭୀମ ରାଓ ଆମ୍ବେଦକର ଅମର ରହେ ଧ୍ୱନି ସହ ପୂର୍ଣ୍ଣ୍ୟଆତ୍ମାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସଂଗଠନର ସଭାପତି ଶଶଧର ନାୟକ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ବାବା ସାହେବ୍‌ଙ୍କ ଜୀବନ ବ୍ୟାପି ସାଧନା ଓ ଦେଶ ପାଇଁ କାର୍ଯ୍ୟର ଅବତାରଣା କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.

4 × 3 =