ଖଲିପଥର ଗ୍ରାମରେ ଲକ୍ଷ୍ମୀ ପୂଜା ପାଳିତ

ବେଲପଡା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ଖଲିପଥର ଗ୍ରାମରେ ମା’ ଲକ୍ଷ୍ମୀଙ୍କ ପୂଜା ଘରେ ଘରେ ପାଳିତ ହେଇଥିବା ବେଳେ ଗଉଡପଡ଼ାବାସୀ ଏକତ୍ରୀତ ହୋଇ ମା’ଙ୍କ ପୂଜା କରିଛ‌ନ୍ତି । ପୂଜକ ଓ ବ୍ୟାସ ପଣ୍ଡିତ ପ୍ରଫୁଲ୍ଲ କୁମାର ରଥ ପୂଜାର୍ଚ୍ଚନା ଓ ପୁରାଣ ପଠନ କରିଥିବା ବେଳେ ଅକ୍ଷୟ ମେହେର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଉମାକାନ୍ତି ମେହେର କର୍ତ୍ତା ଦାୟିତ୍ବ ତୁଳାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଚାରି ଦିନ ଧରି ଚାଲିଥିବା ବେଳେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସାମାଜିକ ଦୂରତା ଅବଳମ୍ବନ କରି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.