ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜେଲ ଭରୋ ଆନ୍ଦୋଳନ : ପୁଲିସ ସହ ଧସ୍ତାଧସ୍ତି, ୨ ବିଧାୟକଙ୍କ ସହ ୩୦ ବିଜେପି କର୍ମୀ ଗିରଫ

ସମ୍ବଲପୁର : ରାଜ୍ୟର କୃଷକମାନଙ୍କର ନ୍ୟାର୍ୟ୍ୟ ଦାବୀ ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ବିରୋଧ କରି ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମ୍‌ମ୍ନାରେ ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜେଲ ଭରୋ ଆନ୍ଦୋଳନ ଅନୁଷ୍ଠିତ ହୋଇ ଯାଇଛି । ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ଚେ‌ଷ୍ଟା କରୁଥିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ବେଳେ ଏହି ଘଟଣାରେ ପୁଲିସ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ପ୍ରାୟ ୩୦ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି। ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତା ଧାନ ପଡ଼ି ରହିଥିବା ସମୟରେ ବାଧ୍ୟତାମୂଳକ କଟନୀ-ଛଟନୀକୁ ବିଜେପି ବିରୋଧ କରିଛି । ପ୍ରଶାସନ ଓ ମିଲର୍‌ଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ବିଜେପି ଅଭିଯୋଗ କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ଗତ ୧୮ ତାରିଖରେ ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଉ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!