csstore

ବନାରସ ଗ୍ରାମରେ ଲଷ୍ମୀ ପୂଜା ଉପଲକ୍ଷେ ପାରାୟଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ବନାରସ ଗ୍ରାମରେ ୭୦ତମ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତିନି ଦିନ ଧରି ସରକାରଙ୍କ କରୋନା କଟକଣା ନିୟମକୁ ପାଲନ କରି ପାରାୟଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।ପାରାୟଣ ଗାୟିକା ଭାବେ ସୁଶ୍ରୀ ମୋନାଲି ମହାପାତ୍ର ପୁରାଣ ପଠନ କରୁଥିବା ବେଳେ ପୂଜକ ଭାବରେ ହରିହର ମିଶ୍ର ପୂଜା ଚର୍ଚ୍ଚନା କରୁଛନ୍ତି । ଏଥିରେ କତ୍‌ର୍ତ୍ତା ଭାବରେ ଅଶୋକ କୁମାର ସାହୁ ଓ ଧର୍ମପତ୍ନୀ ଅଞ୍ଜନା ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି । କମିଟିର ସଭାପତି ରାଜେଶ ସାହୁ, ସମ୍ପାଦକ ପଞ୍ଚାନନ ସାହୁ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ଆସନ୍ତା ଶୁକ୍ରବାର ଦିନ ଉଦ୍‌ଯାପିତ ହେବ ବୋଲି କମିଟିର ପକ୍ଷରୁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.