lika

ବଲାଙ୍ଗିର ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗରିମାକୁ କ୍ଷୁର୍ଣ୍ଣ କଲା ଭଳି ଆଚରଣ ପ୍ରଦର୍ଶନ କରିଥିବା କାମିୟା ଯାନୀ ତଥା ତାଙ୍କୁ ପ୍ରୋତ୍ସାହିତ କରିଥିବା ସରକାରୀକଳର ମୁଖ୍ୟ ପାଣ୍ଡିଆନ୍ ଏବଂ ଶ୍ରୀମନ୍ଦିରର ପ୍ରଶାସକଙ୍କ ବିରୁଦ୍ଧରେ ଏକ ପ୍ରତିବାଦ ସଭା ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଚାର ନାଁରେ ମହାପ୍ରସାଦର ମର୍ଯ୍ୟାଦା ହାନି ହେଲା ଭଳି କାମିୟା ଯାନୀଙ୍କ ପରି ଜଣେ ଗୋମାଂସ ଭକ୍ଷଣକାରୀଙ୍କ ମାଧ୍ୟମରେ ମହାପ୍ରସାଦର ସ୍ୱାଦ ସମ୍ବନ୍ଧେ ଲୋକଙ୍କୁ ଅବଗତ କରାଇବା ଆମ ସଂସ୍କୃତି ପ୍ରତି କୁଠାରାଘାତ ସଦୃଶ । ତେଣୁ ବିଶ୍ୱ ପ୍ରସିଦ୍ଧ ଆମ ଶ୍ରୀ ଜଗନ୍ନାଥ ସଂସ୍କୃତିର ଏଭଳି ଅସମ୍ମାନ କରିଥିବା ହେତୁ କାମିୟା ଯାନୀ ତଥା ଏଭଳି କୁତ୍ସିତ କାର୍ଯ୍ୟରେ ସହଭାଗୀ ହୋଇଥିବା ଭି.କେ.ପାଣ୍ଡିଆନ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରାଯିବା ପାଇଁ ସୌମ୍ୟ ରଞ୍ଜନ ମିଶ୍ର, ଦତ୍ତାନନ୍ଦ ପଣ୍ଡା, ସରସ୍ୱତୀ ନନ୍ଦ ନିଜ ବକ୍ତବ୍ୟ ମାଧ୍ୟମରେ ଦାବି ଜଣାଇଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ, ବଲାଙ୍ଗିରର ସଂଯୋଜକ ଦୟାନିଧି କରଣଙ୍କ ସଂଯୋଜନାରେ ଅନୁଷ୍ଠିତ ଏଇ ସଭାରେ ଶତାଧିକ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ଏଭଳି ଘୃଣ୍ୟ କାର୍ଯ୍ୟର ନିନ୍ଦା କରିଛନ୍ତି । ପରିଶେଷରେ ଶଶିଭୂଷଣ ପୁରୋହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କଲାପରେ ସଭାସାଙ୍ଗ କରାଗଲା ।

babaa
Leave A Reply

Your email address will not be published.