ନିଆଁ ଲାଗି ପୋଡିଗଲା ୪ ଦୋକାନ

ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କର୍ମଦା ବଜାରରେ ଅଗ୍ନିକାଣ୍ଡ ଘଟି ୪ ଦୋକାନ ପୋଡ଼ି ଯାଇଥିବା ଖବର ମିଳିଛି । ବୁଧବାର ଭୋର ୪ଟା ସମୟରେ ୪ଟି ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନାହିିଁ। ଅଗ୍ନିକାଣ୍ଡ ଫଳରେ ଦୁଇଟି ଫଳ ଦୋକାନ ଓ ଦୁଇଟି ଜଳଖିଆ ଦୋକାନ ପୋଡି ଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ପାଣି ନଥିବା ଯୋଗୁଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.