ଆମ୍ଭଖୋଲା ନିକଟ ଜଙ୍ଗଲରେ ବାଘ ଆତଙ୍କ

ଗୁଣୁପୁର : ବାଘ ଆତଙ୍କରେ ଆତଙ୍କିତ ଲୋକ । ଏକ ମାସ ହେବ ଜଙ୍ଗଲର ରାଜା ଏବେ ଲୋକ ବସତିରେ ରାଜ କରୁଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଛି । ରାୟଗଡ଼ା ଜିଲା ଗୁଣୁପୁରରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି । ଗତ ୩ ତିନି ଦିନ ହେବ ବାଘ ସୀମିତ ଅଞ୍ଚଳରେ ବିଚରଣ କରୁଥିବା ଜଣାପଡ଼ିଛି । ଆଜି ବନ ବିଭାଗ କର୍ମଚାରୀ ପଦ୍ମପୁରର ଆମ୍ଭଖୋଲା ଗାଁ ନିକଟ ଜଙ୍ଗଲରେ ଗୋଟିଏ ପାଖରେ ରକ୍ତର ଚିହ୍ନ ଓ ହାଡ଼ ଏଥିସହ ଅନ୍ୟ ପାଖରେ ଗାଈର ଦୁଇଟି ଗୋଡ ପଡିଥିବା ଦେଖିବାକୁ ପାଇଥିଲେ । ବାଘର ଗତିବିଧି ଜାଣିବା ପାଇଁ ତାର ପାଦ ଚିହ୍ନକୁ ଖୋଜିବାରେ ଲାଗିଛନ୍ତି । ଏକ ମାସ ହେବ ବାଘ ପାଇଁ ବନ ବିଭାଗ ନାକେଦମ ହେଲେଣି । ତଥାପି ବାଘର ଗତିବିଧି ଜାଣି ପାରୁନାହାଁନ୍ତି ।

Leave A Reply

Your email address will not be published.