କାଳ ହେଲା ଘନ କୁହୁଡ଼ି : ଗଛରେ ପିଟି ହେଲା ଟ୍ରକ୍ : ୧ ମୃତ, ୧ ଆହତ

ରାଉରକେଲା : ଘନ କୁହୁଡ଼ି ଯୋଗୁଁ ରାସ୍ତା ନ ଦିଶିବାରୁ ଭାରସାମ୍ୟ ହରାଇ ଏକ ଟ୍ରକ୍ ରାସ୍ତା ପାର୍ଶ୍ଵର ଗଛରେ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୪ଟା ସମୟରେ ବିଶ୍ରା-ଝାରଖଣ୍ଡର ସନ୍ତୋଷପୁର ରାସ୍ତାରେ ଏମିତି ଅଘଟଣ ଘଟିଛି । ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିବା ଖବର ମିଳିଛି । ତେବେ ଗତ କିଛି ଦିନ ସୁନ୍ଦରଗଡ଼ରେ ପ୍ରବଳ ଶୀତ ଅନୁଭୂତ ହେବା ସହ ସକାଳେ ଘନ କୁହୁଡ଼ି ପଡ଼ୁଛି । ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.