ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୂର୍ଣିମା ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ରସାନନ୍ଦ ତ୍ରିପାଠୀ ଉଦ୍ଦେଶ୍ୟ କଥନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶଙ୍କର ବେହେରା ଯୋଗଦେଇ ବ୍ୟାସ ପୂର୍ଣ୍ଣିମା ବିଷୟରେ ଆଶୀର୍ବଚନ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ନିଜର ବକ୍ତବ୍ୟ ରଖିଥିବା ବେଳେ ଆଚାର୍ଯ୍ୟା ସଙ୍ଗୀତା ସାହୁ ଏବଂ ଆଚାର୍ଯ୍ୟ ଶତୃଘ୍ନ ବିଶ୍ଵାଳ ବ୍ୟାସ ପୂର୍ଣ୍ଣିମା ବିଷୟରେ ଆଲୋକପାତ କରିଥିଲେ । ଗୁରୁ ପୂଜନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପରିଶେଷରେ ବିଦ୍ୟାମନ୍ଦିର ପ୍ରମୁଖ ପ୍ରେମାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.