ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରର ଶିକ୍ଷାବର୍ଷ ୨୦୨୩ – ୨୪ର ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍‌ଷ୍ଠିତ ହୋଇଥିବା ବେଳେ ଶିକ୍ଷକ ସାଇଶଙ୍କର ବେହେରା ସ୍ୱାଗତ ସମ୍ଭାଷଣ ଦେଇଥିଲେ । ଶିକ୍ଷକ ଅମିତ କୁମାର ସାହୁ “ବ୍ରିଜ୍ କୋର୍ସ- ସଂଯୋଗ” ପୁସ୍ତକ ଉପାଦେୟତା ବିଷୟରେ ଅଭିଭାବକମାନଙ୍କୁ ଧାରଣା ଦେଇଥିଲେ । ନବାଗତ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପିତାମାତା ଯୁବ ଆଇନଜୀବୀ ରାଜ କିଶୋର ସାହୁ, ସହଦେବ ମାଝୀ, ବିଷ୍ଣୁ ଚରଣ ସାହୁ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ । ଏହାପରେ ସ୍ମାଟ ବୋର୍ଡ ଯୋଗେ ଓଡ଼ିଶା ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀର କୃତି ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନାର ସିଧାପ୍ରସାରଣର ଭିଡିଓ ଦେଖାଯାଇଥିଲା । ପରିଶେଷରେ ଅଧ୍ୟକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣା ୧୦୦ ଶର୍ଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଶିଳାନ୍ୟାସ କରିଥିଲେ ।

Leave A Reply

Your email address will not be published.